ETV Bharat / city

ରାଜ୍ୟରେ ସଂକ୍ରମଣ କମିଛି: DMET - ସଂକ୍ରମଣ

ରାଜ୍ୟରେ କୋରୋନା ସଂକ୍ରମଣ କମିଛି । ଅଧିକ କେସ ଆସୁଥିବା ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ପଞ୍ଚମରେ ରହିଛି । ଏନେଇ ସୂଚନା ଦେଲେ DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...

Coronavirus infection in the state has declined; Dmet
ରାଜ୍ୟରେ କୋରୋନା ସଂକ୍ରମଣ କମିଛି;ଡ଼ିଏମଇଟି
author img

By

Published : Jul 14, 2021, 12:47 PM IST

Updated : Jul 14, 2021, 5:11 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ କମିଛି । ଅଧିକ କେସ ଆସୁଥିବା ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ପଞ୍ଚମରେ ରହିଛି । ଏନେଇ DMET ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ଆମ ରାଜ୍ୟରେ ସାମଗ୍ରୀକ ଭାବେ ସଂକ୍ରମଣ ହାର 6.5 ନାହିଁ । ସେଇଟା ଜୁନ ଓ ଜୁଲାଇ ମାସର ତଥ୍ୟ ଥିଲା । ଜୁନ ମାସରେ ରାଜ୍ୟର ସଂକ୍ରମଣ ହାର ଅଧିକ ରହିଥିଲା । ମାତ୍ର ଗତ କିଛି ଦିନ ହେବ ତାହା 3 ପ୍ରତିଶତରୁ କମରେ ରହୁଛି ।

ରାଜ୍ୟରେ ସଂକ୍ରମଣ କମିଛି: DMET

ପୂର୍ବରୁ 20 ରୁ 21 ପ୍ରତିଶତ ରହୁଥିଲା ବର୍ତ୍ତମାନ ଏହା 3 ପ୍ରତିଶତକୁ ଖସି ଆସିଛି । ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହେଇଛୁ । ତେବେ କେନ୍ଦ୍ର ସରକାର କହିବା ଅନୁସାରେ ବର୍ତ୍ତମାନ ବ୍ରିଟେନ, ରୁଷିଆ, ବାଂଲାଦେଶ, ଇଣ୍ଡୋନେସିଆରେ ତୃତୀୟ ଲହର ଚାଲିଛି । ମାତ୍ର ଭାରତରେ ତୃତୀୟ ଲହର ଆସିନି । ତୃତୀୟ ଓ ଚତୁର୍ଥ ଲହର ଆସିପାରେ । ହେଲେ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ତଳମୁହାଁ ଅଛି । ପରିସ୍ଥିତି ଦେଖି ଅନଲକ କରାଯିବ । ଲୋକଙ୍କୁ କୋରୋନା କଟକଣାକୁ ସଠିକ ଢଙ୍ଗରେ ଆପଣାଇବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jul 14, 2021, 5:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.