ETV Bharat / city

ମାନସିକ ବିକାରଗ୍ରସ୍ତଙ୍କୁ ଦିଆଯିବ କୋରୋନା ଟିକା

author img

By

Published : Jul 10, 2021, 9:51 AM IST

ମାନସିକ ବିକାରଗ୍ରସ୍ତଙ୍କୁ ଦିଆଯିବ ଟିକା । ଏନେଇ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

Corona vaccines will be given to mentally ill people
ମାନସିକ ବିକାରଗ୍ରସ୍ତଙ୍କୁ ଦିଆଯିବ କୋରୋନା ଟିକା

ଭୁବନେଶ୍ବର: ରାଜ୍ୟରେ ମାନସିକ ବିକାରଗ୍ରସ୍ତଙ୍କୁ ଦିଆଯିବ ଟିକା । ମାନସିକ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦିଆଯିବ । ଏନେଇ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ।

ଯେଉଁ ମାନସିକ ବିକାରଗ୍ରସ୍ତ ଲୋକଙ୍କର କୈଣସି ପରିଚୟପତ୍ର ନାହିଁ । ସେମାନେ କୋ-ୱିଇନ ପୋର୍ଟାଲରେ ପଞ୍ଜିକରଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଗତ ମେ’ 11 ତାରିଖରେ ଏକ SOP ଜାରି କରିଥିଲେ । ସେହି ଏସଓପି ଆଧାରରେ ଏହି ବର୍ଗର ହିତାଧିକାରୀଙ୍କୁ ଟିକା ଦିଆଯାଇ ପାରିବ ।

ଯେ କୈଣସି ଅନୁଷ୍ଠାନରେ ଯଦି କୌଣସି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାନସିକ ବିକାରଗ୍ରସ୍ତ ମହିଳା ଥାଆନ୍ତି । ତେବେ ତାଙ୍କୁ ମଧ୍ୟ ଟିକା ଦିଆଯାଇପାରିବ । ପ୍ରତ୍ୟେକ ସୋମବାର ଟିକାକରଣର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.