ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇଲା ଟୀକାକରଣର ସମୟ ସୀମା । ପ୍ରଥମ ଡୋଜ ଟୀକାକରଣ 100 ପ୍ରତିଶତ କଭରେଜ ହାସଲ କରିବାକୁ ଦୃଷ୍ଟିରେ ରଖି ଟୀକାକରଣର ସମୟ ସୀମାକୁ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳ, କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ ।
ସମସ୍ତ ପଞ୍ଜିକୃତ ଯେପରି ଟିକା ଗ୍ରହଣ କରିବେ ସେ ଦିଗରେ ଜିଲ୍ଲାଗୁଡିକ ତୀକ୍ଷ୍ଣ ନଜର ରଖିବେ । ଟୀକାକରଣ ପାଇଁ ଅତିକମରେ ଦୁଇଥର ସୁଯୋଗ ଦିଆଯାଉଛି । ଦ୍ବିତୀୟ ଡୋଜ ଟୀକାକରଣ ପ୍ରଥମ ଡୋଜର 28 ଦିନ ପରେ ଅର୍ଥାତ୍ ସୋମବାର ଠାରୁ ଆରମ୍ଭ ହେବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ