ETV Bharat / city

ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ, ପୁଣି 306 ଆକ୍ରାନ୍ତ ଚିହ୍ନଟ - ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ

ରାଜଧାନୀରେ ବଢୁଛି ସଂକ୍ରମଣ। ସୋମବାର 306 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢିବାରେ ଲାଗିଛି।

ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ
ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ
author img

By

Published : Sep 21, 2020, 6:52 PM IST

ଭୁବନେଶ୍ବର: ରାଜଧାନୀରେ ବଢୁଛି ସଂକ୍ରମଣ। ସୋମବାର 306 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢିବାରେ ଲାଗିଛି। ଅନ୍ୟପଟେ ଭୁବନେଶ୍ବରରେ 506 ଜଣ ଆରୋଗ୍ୟ ହୋଇଛନ୍ତି। ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 123 ଚିହ୍ନଟ କରାଯାଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 218 ରେ ପହଁଚିଛି।

ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି। ହୋମ କ୍ଵରେଣ୍ଟାଇନରେ 123 ଜଣଙ୍କ ମଧ୍ୟରୁ 4 ଜଣ ସତ୍ୟନଗର, 4 ଜଣ ୟୁନିଟ-8, 4 ଜଣ ଚନ୍ଦ୍ରଶେଖରପୁର , 4 ଜଣ ଟଙ୍କପାଣିରୋଡ୍, 4 ଜଣ ପଟିଆ ,4 ଜଣ ଜାଗମରା, 3 ଜଣ ଖଣ୍ଡଗିରି ବିହାର, 3 ଜଣ ଘାଟିକିଆ ଓ 4 ଜଣ ପୋଲିସ କର୍ମଚାରୀ ରହିଛନ୍ତି ।

ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣ 218 ଚିହ୍ନଟ ହୋଇଥିବା ବେଳେ 5 ଜଣ ରସୁଲଗଡ, 7 ଜଣ ୟୁନିଟ-9, 4 ଜଣ ମଞ୍ଚେଶ୍ବର, 10 ଜଣ ଲକ୍ଷ୍ମୀସାଗର, 4 ଜଣ ଖଣ୍ଡଗିରି, 5 ଜଣ ସିଆରପିଏଫ କ୍ୟାମ୍ପସ, 4 ଜଣ ଚକେଇସିଆଣି, 5 ଜଣ ଟଙ୍କପାଣି ରୋଡ ଜୁଡିସିଆଲ କଲୋନୀ, 4 ଜଣ ନୀଳାଦ୍ରିବିହାର, 7 ଜଣ ସହିଦନଗର, 3 ଜଣ ନ୍ୟୁଫରେଷ୍ଟ ପାର୍କ ଆଦି ଅଞ୍ଚଳରୁ ଚିହ୍ନଟ କରାଯାଇଛି।

ତେବେ ଭୁବନେଶ୍ବରରେ ସୁସ୍ଥ ହୋଇଛନ୍ତି 506 ଜଣ। ଅନ୍ୟପଟେ ମୋଟ ଆକ୍ରାନ୍ତ 18898 ହୋଇଥିବା ବେଳେ 14942 ଜଣ ସୁସ୍ଥ ହୋଇଛନ୍ତି। ଏପଟେ 3874 ଜଣ ସକ୍ରିୟ ରହିଥିବା ବେଳେ 68 ଜଣ ମୃତ୍ୟୁବରଣ କରିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.