ETV Bharat / city

କୋରୋନା ଗୁଜବ, 63 ଜଣ ଗିରଫ - corona update by govt of odisha

କୋରୋନାର ଗୁଜବ କରି ରାଜ୍ୟରେ 63 ଜଣ ଗିରଫ ହୋଇଛନ୍ତି । ଅନ୍ୟପଟେ ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ ପାଇଁ ରାଜ୍ୟରେ 24 ଘଣ୍ଟା ମଧ୍ୟରେ 205ଟି ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

corona update
କୋରୋନା ଗୁଜବ, 63 ଜଣ ଗିରଫ
author img

By

Published : Apr 10, 2020, 6:48 PM IST

ଭୁବନେଶ୍ବର: କୋରୋନାର ଗୁଜବ କରି ରାଜ୍ୟରେ 63 ଜଣ ଗିରଫ ହୋଇଛନ୍ତି । ସେହିପରି ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ ପାଇଁ ରାଜ୍ୟରେ 24 ଘଣ୍ଟା ମଧ୍ୟରେ 205ଟି ମାମଲା ରୁଜୁ ହୋଇଛି । ଗୁଜବ ପାଇଁ 3ଟି ମାମଲା ଓ କୋଭିଡ୍‌ ନିୟମାବଳୀର ଉଲଙ୍ଘନ ପାଇଁ 5ଟି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ବିଭିନ୍ନ ମାମଲାରେ 258 ଜଣଙ୍କୁ ଗିରଫ କରାଯାଇଛି ବୋଲି ଆଜି କୋରୋନାକୁ ନେଇ ହେଉଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

କୋରୋନା ଗୁଜବ, 63 ଜଣ ଗିରଫ

ଏହାସହ ଟାଟାଷ୍ଟିଲ୍‌ ସହାୟତାରେ ଗଞ୍ଜାମରେ 200 ଶଯ୍ୟା ଓ 15 ଆଇସିୟୁ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଆଜି କାର୍ଯ୍ୟକ୍ଷମ ହୋଇଛି ବୋଲି ସେ ଦର୍ଶାଇଛନ୍ତି । ଅନ୍ୟପଟେ ମୁମ୍ବାଇରୁ କାର୍ଗୋ ବିମାନ ଯୋଗେ ରାଜ୍ୟକୁ 4000 କିଟ୍‌ ଆସିଛି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ଟ୍ୟୁସନ ଫି କମାଇବାକୁ କୁହାଯାଇଛି । ଓଡିଶାରେ ଅଟକି ଥିବା 70 ହଜାର ବାହାର ରାଜ୍ୟର ଶ୍ରମଜୀବୀଙ୍କୁ 2012ଟି ଶିବିରରେ ରଖାଯାଇ ଖାଇବା ସୁବିଧା ଯୋଗାଇ ଦିଆଯାଇଛି ।

5385ଟି ଗ୍ରାମପଞ୍ଚାୟତରେ 3ଲକ୍ଷ 31 ହଜାର 859 ଜଣ ନିରାଶ୍ରୟ ଓ ଆସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି । ସେହିପରି 114 ପୌରାଞ୍ଚଳରେ 31 ହଜାର 832 ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ପରିବା ବଜାର ଗଲେ ଅଧିକା ପରିବା ନବାଛି ପରିବା ବିକାଳୀଟି ଯାହା ଦେଉଛନ୍ତି ତାହା ଆଣିବାକୁ ସେ ପରାମର୍ଶ ଦେଇଛନ୍ତି ।

ଘଣ୍ଟାକୁ 23 ଥର ଆମେ ମୁହଁରେ ହାତ ମାରୁଛେ । 16 ଘଣ୍ଟାରେ 368 ଥର ନିଜ ମୁହଁକୁ ସ୍ପର୍ଶ କରୁଛେ । ତେଣୁ ମାସ୍କ ବ୍ୟବହାର କଲେ ଆମ ହାତ ମୁହଁ ପାଖକୁ ଯିବ ନାହିଁ । ଫଳରେ ସଂକ୍ରମଣକୁ ରୋକି ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.