ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଛି କୋରୋନା ସଂକ୍ରମଣ । ଦିନକରେ ପୁଣି ହଜାରେ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ 986 ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ 572 କ୍ବାରେଣ୍ଟାଇନ ଓ 414 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 64, ବାଲେଶ୍ବରରୁ 43, ବରଗଡରୁ 34, ଭଦ୍ରକରୁ 10, ବଲାଙ୍ଗୀରରୁ 26, ବୌଦ୍ଧରୁ 8, କଟକରୁ 81, ଦେବଗଡରୁ 5, ଢେଙ୍କାନାଳରୁ 26, ଗଜପତିରୁ 3, ଗଞ୍ଜାମରୁ 15, ଜଗତସିଂହପୁରରୁ 54 ଜଣ ରହିଛନ୍ତି ।
ସେହିପରି ଯାଜପୁରରୁ 28, ଝାରସୁଗୁଡାରୁ 19, କଳାହାଣ୍ଡିରୁ 42, କନ୍ଧମାଳରୁ 13, କେନ୍ଦ୍ରାପଡାରୁ 44, କେନ୍ଦୁଝରରୁ 49, ଖୋର୍ଦ୍ଧାରୁ 112, କୋରାପୁଟରୁ 14, ମାଲକାନଗିରିରୁ 6, ମୟୂରଭଞ୍ଜରୁ 57, ନବରଙ୍ଗପୁରରୁ 15, ନୟାଗଡରୁ 10, ନୂଆପଡାରୁ 38, ପୁରୀରୁ 32, ରାୟଗଡାରୁ 16, ସମ୍ବଲପୁରରୁ 16, ସୋନପୁରରୁ 3 ଓ ସୁନ୍ଦରଗଡରୁ 80 ଜଣ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଷ୍ଟେଟ ପୁଲ ମଧ୍ୟ 23 ରହିଛି ।
ସେପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 305986 ଥିବାବେଳେ 292477 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ମୋଟ 1483 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 11973 ଟି ସକ୍ରିୟ ମାମଲା ରହିଛି ।
ସୌଜନ୍ୟ: @IPR_Odisha