ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 1876 ଆକ୍ରାନ୍ତ ଚିହ୍ନଟ । 9 ମୃତ । ଆକ୍ରାନ୍ତଙ୍କ ମଧ୍ୟରେ 1182 କ୍ବାରେଣ୍ଟାଇନ ସେଣ୍ଟର ଓ 694 ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି ।
ମୋଟ 30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 15, ବାଲେଶ୍ବରରୁ 81, ବରଗଡରୁ 15, ଭଦ୍ରକରୁ 50, ବଲାଙ୍ଗୀରରୁ 31, ବୌଦ୍ଧରୁ 10, କଟକରୁ 109, ଦେବଗଡରୁ 2, ଢେଙ୍କାନାଳରୁ 36, ଗଜପତିରୁ 71, ଗଞ୍ଜାମରୁ 260, ଜଗତସିଂହପୁରରୁ 26, ଯାଜପୁରରୁ 53, ଝାରସୁଗୁଡାରୁ 6, କଳାହାଣ୍ଡିରୁ 41, କନ୍ଧମାଳରୁ 30, କେନ୍ଦ୍ରାପଡାରୁ 58, କେନ୍ଦୁଝରରୁ 21, ଖୋର୍ଦ୍ଧାରୁ 297, କୋରାପୁଟରୁ 77, ମାଲକାନଗିରିରୁ 24, ମୟୂରଭଞ୍ଜରୁ 70, ନବରଙ୍ଗପୁରରୁ 30, ନୟାଗଡରୁ 105, ନୂଆପଡାରୁ 3, ପୁରୀରୁ 80, ରାୟଗଡାରୁ 98, ସମ୍ବଲପୁରରୁ 36, ସୋନପୁରରୁ 22 ଓ ସୁନ୍ଦରଗଡରୁ 119 ଜଣ ରହିଛନ୍ତି ।
ସେପଟେ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 4 ଜଣ ଥିବାବେଳେ ରାୟଗଡାରୁ 2, ଖୋର୍ଦ୍ଧାରୁ ଜଣେ, ବାଲେଶ୍ବରରୁ ଜଣେ ଓ ଅନୁଗୋଳରୁ ଜଣେ ରହିଛନ୍ତି ।
ମୋଟ ସଂକ୍ରମିତଙ୍କ ସଂଖ୍ୟା 50,672କୁ ବୃଦ୍ଧି ପାଇଛି । ସେହିପରି ମୃତକଙ୍କ ସଂଖ୍ୟା 305ରେ ପହଞ୍ଚିଛି । ତେବେ ସମୁଦାୟ 34,805 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 15,509 ଟି ସକ୍ରିୟ ମାମଲା ରହିଛି । ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ