ETV Bharat / city

ରାଜ୍ୟରେ 143 ନୂଆ ଆକ୍ରାନ୍ତ ଚିହ୍ନଟ, ଦୁଇ ମୃତ - corona update

ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 143 ଜଣ ଆକ୍ରାନ୍ତ ହୋଇଛନ୍ତି । ସେପଟେ କୋରୋନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା 16କୁ ଛୁଇଁଛି ।

ରାଜ୍ୟରେ 143 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 5303କୁ ବୃଦ୍ଧି

author img

By

Published : Jun 22, 2020, 11:15 AM IST

Updated : Jun 22, 2020, 11:46 AM IST

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 143 ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥିରେ 137 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଥିବାବେଳେ 6 ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 5303ରେ ପହଞ୍ଚିଛି । ସେପଟେ କୋରୋନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା 16କୁ ଛୁଇଁଛି ।

ରାଜ୍ୟରେ 143 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 5303କୁ ବୃଦ୍ଧି
ରାଜ୍ୟରେ 143 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 5303କୁ ବୃଦ୍ଧି

17 ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧାରୁ 16, ନୟାଗଡରୁ 13, ବାଲେଶ୍ବରରୁ 13, କଟକରୁ 20, ଜଗତସିଂହପୁରରୁ 1, ଅନୁଗୁଳରୁ 1, ଢେଙ୍କାନାଳରୁ 3, ଭଦ୍ରକରୁ 4, କଳାହାଣ୍ଡିରୁ 6, କେନ୍ଦୁଝରରୁ 2, ଗଞ୍ଜାମରୁ 32, ସୁନ୍ଦରଗଡରୁ 12, କେନ୍ଦ୍ରାପଡାରୁ 10, ଝାରସୁଗୁଡାରୁ 1, ବରଗଡରୁ 1, ବଲାଙ୍ଗୀରରୁ 1, ସମ୍ବଲପୁରରୁ 5 ଓ ଏନଡିଆରଏଫ କର୍ମଚାରୀଙ୍କ ମଧ୍ୟରୁ 2 ଜଣ ରହିଛନ୍ତି ।

ସେପଟେ ରାଜ୍ୟରେ ଆଉ ଦୁଇ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଅନ୍ୟଜଣେ ମୟୂରଭଞ୍ଜ ଜିଲ୍ଲାର । ତେବେ ମୟୂରଭଞ୍ଜ ମୃତକ ଜଣଙ୍କ କୋରୋନା ସହ କ୍ୟାନସରରେ ମଧ୍ୟ ପୀଡିତ ଥିଲେ ବୋଲି ସୂଚନା ମିଳିଛି ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3720 ଜଣ ସୁସ୍ଥ ହୋଇଥିବାବେଳେ 1562ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 22, 2020, 11:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.