ETV Bharat / city

ବଢିବ ଟେଷ୍ଟିଂ, ଟ୍ରେସିଂ-ସର୍ଭିଲାନ୍ସ ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

author img

By

Published : Apr 2, 2021, 3:24 PM IST

ଦେଶରେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟୁଥିବାରୁ ରାଜ୍ୟରେ କୋରୋନା ପରୀକ୍ଷଣକୁ ବୃଦ୍ଧି କରାଯିବ । ଅଧିକ ପଢନ୍ତୁ...

ବଢିବ ଟେଷ୍ଟିଂ; ଟ୍ରେସିଂ-ସର୍ଭିଲାନ୍ସ ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ବର: କୋରୋନା ସଂକ୍ରମଣକୁ ନେଇ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ତେବେ ଦେଶରେ ବଢୁଥିବା ସଂକ୍ରମଣକୁ ଦେଖି ଟେଷ୍ଟିଂ-ଟ୍ରେସିଂ-ସର୍ଭିଲାନ୍ସ ବଢାଇବା ସହିତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରଖିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଦିନକୁ ଦିନ ପୁଣି ଦେଶ ସମେତ ରାଜ୍ୟରେ ବଢି ଚାଲିଛି କୋରୋନା ସଂକ୍ରମଣ । ଏହାକୁ ମୁକାବିଲା କରିବା ପାଇଁ ଶୁକ୍ରବାର କ୍ୟାବିନେଟ ସ୍ତରରେ ବୈଠକ ବସିଛି । ଏହାସହ କ୍ଲଷ୍ଟର ସ୍ଥାନରେ କଣ୍ଟେନମେଣ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ହସ୍ପିଟାଲାଇଜ ବହୁତ କମ ଲୋକଙ୍କୁ ଆବଶ୍ୟକ ପଡୁଛି । ନୂଆପଡାରେ କେବଳ ଜଣଙ୍କୁ ଭୀମସାର ପଠାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଉରକେଲା, କୋରାପୁଟ, ବୁର୍ଲା, ବ୍ରହ୍ମପୁର, କଟକ ଏସସିବିରେ ଅଧିକ ସଂଖ୍ୟକ ଶଯ୍ୟା ରହିଛି । ଏଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ଏବଂ ଆଗକୁ ନିୟମକୁ କଡ଼ାକଡ଼ି କରାଯିବ ଓ ଲୋକଙ୍କୁ ଆହୁରି ସଚେତନ କରାଯିବ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି ।

ପୂର୍ବରୁ ଦେଶରେ ଗୋଟିଏ ଦିନରେ 96 ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ପୁଣି ଦିନକରେ 81 ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଣୁ ଦେଶ ପୁଣି କୋରୋନାର ପୂର୍ବ ସାଘାଂତିକ ସ୍ଥିତିକୁ ଗତି କରୁଛି । ବର୍ତ୍ତମାନ ସୀମା ସିଲ ପାଇଁ ନିର୍ଦ୍ଦେଶ ନାହିଁ । ଯେଉଁମାନେ ଆନ୍ତଃରାଜ୍ୟ ଯାତାୟାତ କରୁଛନ୍ତି ସେମାନଙ୍କୁ କରାଯାଇ ଟେଷ୍ଟିଂ କରାଯାଉଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.