ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ସମୀକ୍ଷା କରି ଫେରିଛି କେନ୍ଦ୍ରୀୟ ଟିମ । କାହିଁକି କମୁନାହିଁ ସଂକ୍ରମଣ ଓ ପରିସ୍ଥିତି ଅନୁଧ୍ୟାନ ନେଇ ଜୁନ 6 ତାରିଖରେ ଓଡିଶା ଆସିଥିଲା ଟିମ । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ଦୁଇ ଜଣିଆ ଟିମ ଓଡିଶା ଆସିଥିଲେ ।
କୋରୋନା ସ୍ଥିତି ସମୀକ୍ଷା ନେଇ 4ଟି ଜିଲ୍ଲା ଗସ୍ତ କରିଛି ଟିମ । 4 ଜିଲ୍ଲା ପରିଦର୍ଶନ କରି ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରଦାନ କରିଛି ଦଳ । କୋରୋନା ସ୍ଥିତିରେ ସୁଧାର ଆଣିବାକୁ ସ୍ବାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛନ୍ତି । ଶୁକ୍ରବାର ଏହି ଟିମ ଗସ୍ତ ଶେଷ ହୋଇଛି ।
ବିଶେଷ କରି ଜିଲ୍ଲାମାନଙ୍କରେ କୋଭିଡ ପରିଚାଳନାର ସମୀକ୍ଷା କରିଛି । ଜିଲ୍ଲାରେ ପ୍ରକୃତ କୋରୋନାଜନିତ ମୃତ୍ୟୁସଂଖ୍ୟା କେତେ, ସଂକ୍ରମଣ କାହିଁକି ଖସୁନାହିଁ ଟୀକାକରଣ ସ୍ଥିତି ଆଦି ଉପରେ ତଥ୍ୟ ସଂଗ୍ରହ କରିଛି । ଜିଲ୍ଲା ଗୁଡିକରେ କୋଭିଡ ପରିଚାଳନା ସନ୍ତୋଷଜନ ଥିବା ଟିମ ପକ୍ଷରୁ କୁହାଯାଇଛି ।
ଏମ୍ସର ବିଶେଷଜ୍ଞ ତଥା ଭୁବନେଶ୍ବର ଏମ୍ସର ପ୍ରଫେସର ସାମିଲ ଥିଲେ । ଗସ୍ତ ପରେ ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଦଳ । ଓଡିଶାକୁ ଆସିଥିବା କେନ୍ଦ୍ରୀୟ ଟିମର ମୁଖ୍ୟ ଥିଲେ ଶିବାନୀ ଦତ୍ତ । ଓଡିଶା ସମେତ 6 ଟି ରାଜ୍ୟକୁ ଟିମ ପଠାଇଥିଲେ କେନ୍ଦ୍ର ସରକାର ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ