ETV Bharat / city

କୋରୋନା ସ୍ଥିତି ସମୀକ୍ଷା: କେନ୍ଦ୍ର ଆଗରେ 3ଟି ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

author img

By

Published : Apr 11, 2020, 11:45 PM IST

ଏପ୍ରିଲ 30 ଯାଏଁ ଲକଡାଉନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହାସହ ସମସ୍ତ ରେଳ ସେବା ଓ ବିମାନ ସେବା ଉପରେ କଟକଣା ଲଗାଇବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଚାଷ ଓ କୃଷି କାର୍ଯ୍ୟ ଲକଡାଉନ ସମୟରେ କରିବା ପାଇଁ ଅନୁମତି ଦେବା ସହ ସାମାଜିକ ଦୂରତା ପ୍ରତି ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ ।

Corona situation invigilation, cm discusses with pm on corona, coronavirus news, cm naveen puts 3 topic in front of center, bhubaneswar latest news, କୋରୋନା ସ୍ଥିତି ସମୀକ୍ଷା, ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, କୋରୋନା ନେଇ ମୁଖ୍ୟମନ୍ତ୍ରୀଙ୍କ 3 ପ୍ରସ୍ତାବ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଭାଇରସ ନ୍ୟୁଜ୍‌
କୋରୋନା ସ୍ଥିତି ସମୀକ୍ଷା: କେନ୍ଦ୍ର ଆଗରେ ମୁଖ୍ୟମନ୍ତ୍ରୀଙ୍କ ରଖିଲେ 3 ପ୍ରସ୍ତାବ

ଭୁବନେଶ୍ବର: ଲକଡାଉନ ସମୟ ସୀମା ବୃଦ୍ଧି ଓ କୋରୋନା ମୁକାବିଲା ନେଇ ଶନିବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ପ୍ରସଙ୍ଗ ଉଠାଇଛନ୍ତି ।

ଏପ୍ରିଲ 30 ଯାଏଁ ଲକଡାଉନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହାସହ ସମସ୍ତ ରେଳ ସେବା ଓ ବିମାନ ସେବା ଉପରେ କଟକଣା ଲଗାଇବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଚାଷ ଓ କୃଷି କାର୍ଯ୍ୟ ଲକଡାଉନ ସମୟରେ କରିବା ପାଇଁ ଅନୁମତି ଦେବା ସହ ସାମାଜିକ ଦୂରତା ପ୍ରତି ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ ।

ବାହାର ରାଜ୍ୟରେ ରହୁଥିବା ଓଡିଆମାନଙ୍କର ଦାୟିତ୍ବ ନେବା ପାଇଁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନ କହିଛନ୍ତି । ଅନ୍ୟପଟେ ଓଡିଶାରେ ଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ଜରୁରୀ ସେବା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.