ETV Bharat / city

ଚତୁର୍ଥ ଦିନରେ ବରିଷ୍ଠ ନାଗରିକଙ୍କ କୋରୋନା ରାପିଡ ଟେଷ୍ଟ

ଭୁବନେଶ୍ବରରେ କୋରୋନା ରାପିଡ ଟେଷ୍ଟର 4ର୍ଥ ଦିନ । ଆଜି ସୁଦ୍ଧା ବିଏମସି ୩ଟି ଜୋନରେ ପ୍ରାୟ ୨୦୦୦ ଟେଷ୍ଟ କରି ସାରିଛି ।

author img

By

Published : Apr 21, 2020, 8:22 PM IST

4ର୍ଥ ଦିନରେ ବରିଷ୍ଠ ନାଗରିକଙ୍କ କୋରୋନା ରାପିଡ ଟେଷ୍ଟ
corona-rapid-test-4th-day

ଭୁବନେଶ୍ବର: ଭୁବନେଶ୍ବରରେ କୋରୋନା ରାପିଡ ଟେଷ୍ଟ 4ର୍ଥ ଦିନ । ପ୍ରଥମେ ବସ୍ତି ବାସିନ୍ଦା, କଣ୍ଟେନମେଣ୍ଟ କ୍ଲଷ୍ଟର ଅଧିବାସୀ, ବିଭିନ୍ନ ଧର୍ମ ଅନୁଷ୍ଠାନର ମୁଖ୍ୟ କର୍ମକର୍ତ୍ତା, 2ୟ ଦିନରେ ବିଭିନ୍ନ ବ୍ୟବସାୟୀ ସଂଘ, ତୃତୀୟରେ ସାମ୍ବାଦିକ ଓ ଏବେ ବରିଷ୍ଠ ନାଗରିକଙ୍କ ରାପିଡ ଟେଷ୍ଟ ହୋଇଛି ।

4ର୍ଥ ଦିନରେ ବରିଷ୍ଠ ନାଗରିକଙ୍କ କୋରୋନା ରାପିଡ ଟେଷ୍ଟ

ମଙ୍ଗଳବାର ଭୁବନେଶ୍ବର ଏରୋଡ୍ରମ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଏମସି ପକ୍ଷରୁ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକଙ୍କ ପାଇଁ କୋରୋନା ରାପିଡ ଟେଷ୍ଟ ଶିବିର ଆୟୋଜନ କରାଯାଇଥିଲା । ପ୍ରାୟ ୮୦ଟି ଟେଷ୍ଟିଙ୍ଗ କିଟ୍‌ର ବ୍ୟବସ୍ଥା ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ବରରେ ରାପିଡ ଟେଷ୍ଟିଙ୍ଗ ବ୍ୟବସ୍ଥା କରାଯାଉଥିବା ବେଳେ କୋରୋନା ସଂକ୍ରମଣରେ ରୋକ ଲଗେଇବା ଅର୍ଥାତ କୋରୋନା ଯୁଦ୍ଧରେ ଜିତିବା ପାଇଁ ନିଜର ଟେଷ୍ଟ କରେଇନେବା ଜରୁରୀ । ଏରୋଡ୍ରମ ଅଞ୍ଚଳର ୫୩ନଂ ୱାର୍ଡର ବରିଷ୍ଠ ନାଗରିକଙ୍କ ପାଇଁ କୋରୋନା ରାପିଡ ଟେଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ସାମାଜିକ ସୁରକ୍ଷା, ବିଭାଗ ମନ୍ତ୍ରୀ ତଥା ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ।

ଭୁବନେଶ୍ବରରେ ୭ ଦିନରେ ୫୦୦୦ ରାପିଡ ଟେଷ୍ଟ କରାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ । ତେବେ ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି ଏହି ରାପିଡ ଟେଷ୍ଟ । ଚତୁର୍ଥ ଦିନ ସୁଦ୍ଧା ବିଏମସି ୩ଟି ଜୋନରେ ପ୍ରାୟ ୨୦୦୦ ଟେଷ୍ଟ କରି ସାରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.