ETV Bharat / city

ରାଜ୍ୟରେ ଘରୋଇ ହସ୍ପିଟାଲରେ ଚିକିତ୍ସା ହୋଇପାରିବେ କୋରୋନା ଆକ୍ରାନ୍ତ

ରାଜ୍ୟରେ ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ହେତୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଘରୋଇ ହସ୍ପିଟାଲରେ ସ୍ଵତନ୍ତ୍ର କୋଭିଡ୍ ଓ୍ଵାଡ୍ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 7, 2020, 10:42 PM IST

ଘୋରାଇ ହସ୍ପିଟାଲରେ ଚିକିତ୍ସା ହୋଇପାରିବେ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଘରୋଇ ହସ୍ପିଟାଲ ପାଇଁ ଜାରି ହେଲା ଗାଇଡଲାଇନ୍ । ରାଜ୍ୟରେ ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ହେତୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଘରୋଇ ହସ୍ପିଟାଲରେ ସ୍ଵତନ୍ତ୍ର କୋଭିଡ୍ ଓ୍ଵାଡ୍ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ ଘରୋଇ ହସ୍ପିଟାଲକୁ ୧୦ ପ୍ରତିଶତ ବେଡ୍ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବା ପାଇଁ କୁହାଯାଇଛି । ଏହି ଗାଇଡଲାଇନ୍ ଅନୁସାରେ ମାଇଲ୍ଡ ସିମ୍ପ୍ଟମ୍ ଦେଖାଯାଉଥିବା ରୋଗୀଙ୍କ କ୍ଷେତ୍ରରେ ହୋମ କ୍ଵାରେଣ୍ଟାଇନ/ପେଡ୍ କ୍ଵାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ କୋଭିଡ ଚିକିତ୍ସା ପାଇଁ ଆବଶ୍ୟକୀୟ ପରିମାଣର ଆଇସିୟୁ, ଭେଣ୍ଟିଲେଟର ମହଜୁଦ ରଖିବାକୁ ଗାଇଡଲାଇନରେ ଉଲ୍ଲେଖ ଅଛି । ଏହାସହ ଜ୍ବର ହୋଇଥିବା ରୋଗୀଙ୍କୁ ହସ୍ପିଟାଲରେ ଅନ୍ୟତ୍ର ଚିକିତ୍ସା କରିବା ପାଇଁ କୁହାଯାଇଛି । ଏହି ପ୍ରାଇଭଟ୍ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ନିଜେ ରୋଗୀ ବହନ କରିବେ ବୋଲି ଗାଇଡଲାଇନରେ ଦର୍ଶାଯାଇଛି ।

ଏହାସହ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ସମସ୍ତ ଗାଇଡଲାଇନକୁ ପାଳନ କରି କୋଭିଡ ରୋଗୀଙ୍କ ଚିକିତ୍ସା କରିବା ପାଇଁ ସ୍ପଟ୍ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମାସ୍କ, ଅକ୍ସିଜେନ୍, ସାନିଟାଇଜର, ପିପିଇ କିଟ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ସଂକ୍ରମଣ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି । କୋଭିଡ ଓ୍ଵାର୍ଡରେ କାର୍ଯ୍ୟ କରୁଥିବା ଡାକ୍ତର ଓ ନର୍ସ ୧୪ ଦିନ ଡ୍ୟୁଟି କରିବା ସହ ୧୪ ଦିନ କ୍ଵାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଯଦି କୌଣସି କୋରୋନାଜନିତ ମୃତକଙ୍କ ପରିବାର ଅର୍ଥ ଦେବାରେ ସକ୍ଷମ ନହୁଅନ୍ତି, ତେବେ ମୃତ ଶରୀରକୁ ନ ଅଟକାଇବାକୁ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.