ETV Bharat / city

ଅନଲାଇନରେ କିପରି ଜାଣିବେ ସଙ୍ଗରୋଧ କେନ୍ଦ୍ରର ସବିଶେଷ ତଥ୍ୟ, ଦେଖନ୍ତୁ... - corona official update

ରାଜ୍ୟରେ କୋଭିଡ୍‌ ହସ୍ପିଟାଲ କେଉଁଠି ଅଛି ? ଏହାର ପ୍ରକୃତ ଲୋକେସନ କେଉଁଠି ? ସଙ୍ଗରୋଧ କେନ୍ଦ୍ର କେଉଁଠି ଅଛି ? କିପରି ଆମେ ଏଠାରେ ପହଞ୍ଚିପାରିବା ? ଏସବୁ ତଥ୍ୟ ଦେବା ପାଇଁ ରାଜ୍ୟ ସରକାର ଟେକ୍ନୋଲେଜି ମାଧ୍ୟମରେ ବ୍ୟବସ୍ଥା କରିଛନ୍ତି । ଅଧିକ ପଢନ୍ତୁ...

govt of odisha
ଅନଲାଇନରେ କିପରି ଜାଣିବେ ସଙ୍ଗରୋଧ କେନ୍ଦ୍ରର ସବିଶେଷ ତଥ୍ୟ, ଦେଖନ୍ତୁ...
author img

By

Published : May 13, 2020, 8:37 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ ହସ୍ପିଟାଲ କେଉଁଠି ଅଛି ? ଏହାର ପ୍ରକୃତ ଲୋକେସନ କେଉଁଠି ? ସଙ୍ଗରୋଧ କେନ୍ଦ୍ର କେଉଁଠି ଅଛି ? କିପରି ଆମେ ଏଠାରେ ପହଞ୍ଚିପାରିବା ? ଏସବୁ ତଥ୍ୟ ଦେବା ପାଇଁ ରାଜ୍ୟ ସରକାର ଟେକ୍ନୋଲେଜି ମାଧ୍ୟମରେ ବ୍ୟବସ୍ଥା କରିଛନ୍ତି । ଜିଆଇଏଏସ ମ୍ୟାପିଂ ଜରିଆରେ ହସ୍ପିଟାଲର ପ୍ରକୃତ ଭୌଗଳିକ ସ୍ଥିତି ଆମେ ଜାଣିବା ନେଇ ବ୍ୟବସ୍ଥା ହୋଇଛି ।

ଅନଲାଇନରେ କିପରି ଜାଣିବେ ସଙ୍ଗରୋଧ କେନ୍ଦ୍ରର ସବିଶେଷ ତଥ୍ୟ, ଦେଖନ୍ତୁ...

କେଉଁଠି ହସ୍ପିଟାଲ ଅଛି, କେଉଁଠି ଅସ୍ଥାୟୀ ମେଡିକାଲ ଅଛି ତାହା ଜାଣିବା ପାଇଁ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ପକ୍ଷରୁ ଏହା ପ୍ରସ୍ତୁତ କରାଯାଇଛି । ଏହି ତଥ୍ୟ ଓଡିଶା କୋଭିଡ ୱେବ ସାଇଟରେ ଥିବା ଦାସବୋର୍ଡରେ ଆସନ୍ତାକାଲି ଠାରୁ କାର୍ଯ୍ୟକାରୀ ହେବ। ଯାହା ରାଜ୍ୟରେ 34 ଟି ହସ୍ପିଟାଲ ବିଷୟରେ ଓ ବିଭିନ୍ନ ପଞ୍ଚାୟରେ ରହିଥିବା ସଂଗରୋଧ କେନ୍ଦ୍ରର ସମ୍ପୂର୍ଣ୍ଣ ଭାବରେ ତଥ୍ୟ ଦେବ।

ସଙ୍ଗରୋଧ କେନ୍ଦ୍ରରେ ନୋଡାଲ ଅଧିକାରୀ କିଏ ଅଛନ୍ତି ବା କେତେଟା ବେଡ୍‌ ପଡିଛି। ସଙ୍ଗରୋଧ କେନ୍ଦ୍ରର ସମ୍ପୂର୍ଣ୍ଣ ତଥ୍ୟ ଏହି ୱେବସାଇଟରେ ଜାଣିପାରିବେ। ଯାହା ଯେଉଁ ମାନେ ବିଦେଶରୁ ବା ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ସହଜ ହେବ ।

ଏହି ତଥ୍ୟ ଆସନ୍ତାକାଲି ରାଜ୍ୟ ସରକାରଙ୍କର କୋଭିଡ ୱେବସାଇଟର ଦାସ ବୋର୍ଡରେ ଉପଲବ୍ଧ କରାଯିବ। ରାଜ୍ୟର କେଉଁ ଜିଲ୍ଲା, ଜିଲ୍ଲା ଭିତରର କେଉଁ ଅଞ୍ଚଳ ଓ ଶେଷରେ କେଉଁ ସଙ୍ଗରୋଧ କେନ୍ଦ୍ରର ତଥ୍ୟ ଜାଣିବାକୁ ଚାହୁଁଛନ୍ତି ସମସ୍ତ ତଥ୍ୟ ଏହି ଦାସବୋର୍ଡ ମାଧ୍ୟମରେ ଜାଣିପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.