ETV Bharat / city

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 169 ବୃଦ୍ଧି - corona lockdown day 41

odisha update
ଆକ୍ରାନ୍ତଙ୍କ ସଂଖ୍ୟା 163, ସୁସ୍ଥ ହେଲେଣି 60
author img

By

Published : May 4, 2020, 8:58 AM IST

Updated : May 4, 2020, 6:27 PM IST

18:25 May 04

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 169 ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ 6 କୋରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁରରେ 4 ଓ ଭଦ୍ରକରେ 2 ଆକ୍ରାନ୍ତ ଚିହ୍ନଟ । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 169କୁ ବୃଦ୍ଧି । 

12:45 May 04

ପ୍ରବାସୀ ଶ୍ରମିକଙ୍କ ଫେରିବା ଖର୍ଚ୍ଚ ଦେବ କଂଗ୍ରେସ

ଭୁବନେଶ୍ବର: ପ୍ରବାସୀ ଶ୍ରମିକ ମାନଙ୍କ ଫେରିବା ଲାଗି ଅର୍ଥ ଭରଣା କରିବ ପିସିସି। ପ୍ରବାସୀ ଓଡିଆଙ୍କୁ ନିଜ ଖର୍ଚ୍ଚରେ ରାଜ୍ୟକୁ ଆଣିବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିଠି ଲେଖିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି । 

11:42 May 04

ନିଜ ଭିଟାମାଟିକୁ ଫେରିଲେ ଇଟାଭାଟିର 11 ଶ୍ରମିକ

ଝାଡଖଣ୍ଡକୁ ଫେରିଲେ 11 ଇଟାଭାଟି ଶ୍ରମିକ। ଝାଡଖଣ୍ଡରୁ ଆସିଥିବା ସ୍ବତନ୍ତ୍ର ବସ ଯୋଗେ ସେମାନେ ଢେଙ୍କାନାଳରୁ ନିଜ ଭିଟାମାଟିକୁ ଫେରିଛନ୍ତି । ଢେଙ୍କାନାଳ ସଦର ବ୍ଲକର ପଦ୍ମନାଭ ପୁର ଠାରେ ଏକ ଇଟାଭାଟିରେ କାମ କରୁଥିବା 11 ଜଣ ଶ୍ରମିକ ରବିବାର ରାତିରେ ଝାଡଖଣ୍ଡକୁ ଫେରିଛନ୍ତି ।

11:31 May 04

ଦୁଇଟି ପଞ୍ଚାୟତରୁ କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହୃତ

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକର ଦୁଇଟି ପଞ୍ଚାୟତରୁ ଉଠିଲା କଣ୍ଟେନମେଣ୍ଟ ଜୋନ କଟକଣା । ତେସିଙ୍ଗା ଓ ରହଣିଆ ପଞ୍ଚାୟତରୁ କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହାର କରାଯାଇଥିବା ସୂଚନା । ଏହି ଦୁଇଟି ପଞ୍ଚାୟତରୁ ବାହାରିଥିଲା 2ଟି ପଜେଟିଭ୍‌ କେସ୍‌ । ଫଳରେ ଅପ୍ରେଲ 20ରୁ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । 

08:43 May 04

ଆକ୍ରାନ୍ତଙ୍କ ସଂଖ୍ୟା 163, ସୁସ୍ଥ ହେଲେଣି 60

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା 163ରେ ପହଞ୍ଚିଛି । ସେପଟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି 60 ଜଣ । ତେବେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ 102ଟି ସକ୍ରିୟ ମାମଲା ରହିଛି । ନୂଆ ଆକ୍ରାନ୍ତଙ୍କ ଜଣଙ୍କ ସୁନ୍ଦରଗଡର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

Last Updated : May 4, 2020, 6:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.