ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ୱରରେ କୋରୋନା ଜନିତ ଟେଷ୍ଟ ଦେଢ଼ ଲକ୍ଷ ଟପିଛି । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇଛି ବୋଲି ବୁଧବାର ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ । ଭୁବନେଶ୍ୱରରେ ୬୭ଟି ୱାର୍ଡ ମଧ୍ୟରେ ଜାରି ରହିଛି କୋରୋନା ଟେଷ୍ଟ ।
ବୁଧବାର ୯ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରେ ଦେଢ଼ ଲକ୍ଷ ଟପିଛି କୋରୋନା ଟେଷ୍ଟିଂ । ଦୈନିକ ଭୁବନେଶ୍ୱରରେ ପ୍ରାୟ ୩୫୦୦ ଟେଷ୍ଟ କରାଯାଉଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପ୍ରାୟ ୩୯ଟି ସ୍ଥାନରେ ୨୩ଟି ସିଏଚସି ଓ ପିଏଚସିରେ ସ୍ଥାୟୀ ଭାବରେ କୋରୋନା ଟେଷ୍ଟ କରାଯାଉଛି । କ୍ୟାପିଟାଲ ହସ୍ପିଟାଲରେ ଏବଂ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଜାରି ରହିଛି କୋରୋନା ଟେଷ୍ଟ । ୭ ରୁ ୮ ଟି ଘରୋଇ ଟେଷ୍ଟିଙ୍ଗ ଲ୍ୟାବରେ ମଧ୍ୟ ଟେଷ୍ଟ କରାଯାଉଛି ।
ଏବେ ସମଗ୍ର ରାଜ୍ୟରେ କୋରୋନା ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଶୀର୍ଷରେ ରହିଛି । ଭୁବନେଶ୍ୱରରେ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା। ତେବେ ବୁଧବାର ୯ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରେ କୋରୋନା ପଜିଟିଭ ସଂଖ୍ୟା ୧୪ ଟପିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୪,୪୯୨ ଏବଂ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୩୫୦,୫୦ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦୭୯ ଜଣ ଏବେ କୋରୋନାରେ ଚିକିତ୍ସିତ ହେଉଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ