ଭୁବନେଶ୍ବର: ଦିଲ୍ଲୀ ଢାଞ୍ଚାରେ ଭୁବନେଶ୍ବରରେ ଗଡିବ ଗାଡି । କୋରୋନା ପାଇଁ ଗାଡି ଚଳାଚଳକୁ କଟକଣା କଲା ବିଏମସି । ଆଜି ଅଯୁଗ୍ମ ନମ୍ବର ଥିବା ଗାଡି ଭୁବନେଶ୍ବରରେ ଚାଲିବ । ଯେଉଁ ଗାଡିର ଶେଷ ସଂଖ୍ୟା 1, 3, 5,7,9 ରହିଛି ସେହି ଗାଡିଗୁଡିକ ଗଡିବ ।
ସେହିପରି ଯେଉଁ ଗାଡିର ଶେଷ ସଂଖ୍ୟା 0, 2, 4, 6, 8 ଥିବ ସେହିଗୁଡିକ ଆସନ୍ତାକାଲି ଚାଲିବ । ବିଶେଷ କରି ବସ, ଟ୍ୟାକ୍ସି, ଅଟୋ, ଓଲା, ଉବେର ଭଳି କ୍ୟାବରେ ଏହି ନିୟମ ଲାଗୁ ହେବ । ଏହା ସହ OSRTC ଏବଂ ମୋ ବସରେ ଏହି କଟକଣା ଲାଗୁ ହୋଇଛି। ବାହାର ଜିଲ୍ଲାରୁ ଆସୁଥିବା ଗାଡିଗୁଡିକ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ