ETV Bharat / city

ହଟସ୍ପଟରେ ରାଜଧାନୀ, ଅନ୍ୟ ସହର ଅପେକ୍ଷା ଭୁବନେଶ୍ୱରରେ ଅଧିକ ନମୁନା ପରୀକ୍ଷା - corona hotspot

ଅନ୍ୟ ସହର ଅପେକ୍ଷା ଭୁବନେଶ୍ବରରେ ଅଧିକ ନମୁନା ପରୀକ୍ଷା। କେନ୍ଦ୍ର ସରକାର ଭୁବନେଶ୍ବରକୁ ହଟସ୍ପଟ ଭାବରେ ଗ୍ରହଣ କରିଛନ୍ତି। କେବଳ କରୋନା ଗୋଷ୍ଠୀ ସଂକ୍ରମାଣ ପାଇଁ ନୁହେଁ କେବଳ 15 ରୁ ଅଧିକ ସଂକ୍ରମଣ ପାଇଁ ହଟସ୍ପଟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଅଧିକ ପଢନ୍ତୁ...

corona-hotspot-capital-bbsr
corona-hotspot-capital-bbsr
author img

By

Published : Apr 19, 2020, 3:08 PM IST

ଭୁବନେଶ୍ବର: କେନ୍ଦ୍ର ସରକାର ଭୁବନେଶ୍ବରକୁ ହଟସ୍ପଟ ଭାବରେ ଗ୍ରହଣ କରିଛନ୍ତି। କେବଳ କୋରୋନା ଗୋଷ୍ଠୀ ସଂକ୍ରମାଣ ପାଇଁ ନୁହେଁ 15 ରୁ ଅଧିକ ସଂକ୍ରମଣ ପାଇଁ ହଟସ୍ପଟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ରାଜଧାନୀରେ 15ରୁ ଅଧିକ ମାମଲା ରହିଛି ତେଣୁ ଭାରତ ସରକାର ଏହାକୁ ହଟସ୍ପଟ ଭାବରେ ଗ୍ରହଣ କରିଛନ୍ତି। ଭୁବନେଶ୍ବରରେ 3 ଏପ୍ରିଲରେ 10 ଟି ପଜିଟିଭ କେସ ଓ 5 ଏପ୍ରିଲ ରେ 18 ଟି ପଜିଟିଭ କେସ ବାହାରିଥିଲା। ସେମାନଙ୍କର ଯାତ୍ରା ଇତିହାସ, କେଉଁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ସହ ସ୍ବାବ ସଂଗ୍ରହ କରାଯାଇଛି।

ହଟସ୍ପଟରେ ରାଜଧାନୀ, ଅନ୍ୟ ସହର ଅପେକ୍ଷା ଭୁବନେଶ୍ୱରରେ ଅଧିକ ନମୁନା ପରୀକ୍ଷା

ବମିଖାଲ, ସୂର୍ଯ୍ୟନଗର, ସତ୍ୟନଗର ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି। ଏହି ଅଞ୍ଚଳରୁ ହିଁ ବାହାରିଛି ସର୍ବାଧିକ ପଜିଟିଭ ମାମଲା । 1 ଲକ୍ଷଙ୍କ ପାଇଁ ପ୍ରତିଦିନ 92 ସାମ୍ପୁଲ ଟେଷ୍ଟ, ମୁମ୍ବାଇରେ 180 ଓ ଭୁବନେଶ୍ବରରେ 189 ସାମ୍ପୁଲ ଟେଷ୍ଟ କରାଯାଇଛି। ତେବେ ଭୁବନେଶ୍ବରରେ ଅତ୍ୟଧିକ ମାତ୍ରାରେ ଟେଷ୍ଟ କରାଯାଇଛି। ଭୁବନେଶ୍ବରରେ ରାପିଡ ଟେଷ୍ଟ ଆରମ୍ଭ କରାଯାଇଛି। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ 6 ହଜାର ଟେଷ୍ଟ କିଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି ।

ରାଜ୍ୟ ସରକାର ସମସ୍ତ ପଦକ୍ଷପ ଗ୍ରହଣ କରିଛନ୍ତି ସ୍ବାସ୍ଥ୍ୟ ସୁରକ୍ଷିତ ରଖିବା ପାଇଁ। ବର୍ତ୍ତମାନ ସମୟରେ ରାଜ୍ୟରେ ରହିଥିବା କୋଭିଡ ହସ୍ପିଟାଲରେ 1 ଶତକଡା ବେଡ଼ ପୁରଣ ହୋଉଛି। ଭୁବନେଶ୍ବରରେ 4 ସପ୍ତାହ ମଧ୍ୟରେ କରାଯାଇଥିବା ଟେଷ୍ଟ କୁ ନେଇ21 ମାର୍ଚ୍ଚ ରୁ 27 ମାର୍ଚ୍ଚ ମଧ୍ୟରେ 226 ଟି ସାମ୍ପୁଲ ଟେଷ୍ଟ କରାଯାଇଛି। 28 ମାର୍ଚ୍ଚ ରୁ 3 ଏପ୍ରିଲ 1395, 4 ଏପ୍ରିଲ ରୁ 10 ଏପ୍ରିଲ 3547 ଓ 11 ଏପ୍ରିଲ ରୁ 17 ଏପ୍ରିଲ 8619।

1 ସପ୍ତାହ ରେ ଆରଏମଆରସିରେ ଟେଷ୍ଟ କରୁଥିଲା। 2 ସପ୍ତାହ ରେ ଆରଏମଆରସି, ଏଆଇଆଇଏମଏସ, ଏସସିବି। 3 ସପ୍ତାହ ରେ ଆରଏମଆରସି, ଏଆଇଆଇଏମଏସ, ଏସସିବି ଓ 4 ସପ୍ତାହ ରେ ଆରଏମଆରସି, ଏଆଇଆଇଏମଏସ, ଏସସିବି, ଏମକେସିଜି, ଏଲଆଇଏସ, ଆଇଜିଏଚ, ଆପୋଲରେ ଟେଷ୍ଟ କରାଯାଉଛି ବୋଲି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.