ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଏନେଇ ହସ୍ପିଟାଲ ଗୁଡିକ ପାଇଁ କରୋନା ଗାଇଡ଼ଲାଇନ ଜାରି କଲା ସ୍ବାସ୍ଥ୍ୟ ବିଭାଗ। କୌଣସି ହସ୍ପିଟାଲରେ ଯେପରି କରୋନା ହଟସ୍ପଟ ନପାଲଟିବ ସେଥିପାଇଁ ନିର୍ଦେଶ ଦିଆଯାଇଛି। ପ୍ରାୟତଃ ହସ୍ପିଟାଲରେ ଅଲଗା ଅଲଗା ୱାଡ଼ କରିବାକୁ ନିର୍ଦେଶ ରହିଛି।
ଅନ୍ୟପଟେ ମେଡିକାଲ ଆସୁଥିବା ସମସ୍ତ ଲୋକଙ୍କ ସ୍କ୍ରିନିଂ କରିବା ବାଧ୍ୟତା ମୂଳକ କରାଯାଇଛି। ଏହା ସହ ହସ୍ପିଟାଲରେ ହାତ ଧୋଇବା, ପାଣି ସହ ସାନିଟାଇଜର ରଖିବା, ପରିସରକୁ ସ୍ବଚ୍ଛ ରଖିବା, ମାସ୍କର ବ୍ୟବହାର ଓ ସାମାଜିକ ଦୂରତାକୁ ମାନିବାକୁ ଗାଇଡଲାଇନରେ ଦର୍ଶାଯାଇଛି। ଯଦି କୌଣସି ୱାଡ଼ରୁ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ୱାଡ଼କୁ ବନ୍ଦ କରାଯାଇ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ସେହି ରୁମକୁ 24 ଘଂଟା ବନ୍ଦ ରହିବାକୁ ନିର୍ଦେଶ ରହିଛି।
ଆମ୍ବୁଲାନ୍ସରେ ଜରୁରୀକାଳୀନ ଚିକିତ୍ସା ପାଇଁ ରୋଗୀଙ୍କ ପରିବହନ ଏବଂ ରେଫରାଲ୍ ନିଶ୍ଚିତ କରିବା ଆବଶ୍ୟକ। ମା' ଏବଂ ଶିଶୁର ଯତ୍ନ ସହିତ କୋଭିଡ 19 ରୋଗୀଙ୍କ ପାଇଁ ସମସ୍ତ ପ୍ରକାରର ଜରୁରୀକାଳୀନ ପ୍ରକ୍ରିୟା ସହିତ ମୁକାବିଲା କରିବାକୁ ସୁବିଧା ରହିବା ଆବଶ୍ୟକ । ରୋଗୀ ଏବଂ ଜନସାଧାରଣଙ୍କୁ ସମ୍ବେଦନଶୀଳ କରିବା ପାଇଁ ଡାକ୍ତରଖାନା ପରିସରରେ ଥିବା ସ୍ଥାନ ମାନଙ୍କରେ ପର୍ଯ୍ୟାପ୍ତ ସଙ୍କେତ ନିୟମାବଳୀ ମାନ ଲଗାଯିବାକୁ ଗାଇଡଲାଇନରେ କୁହାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ