ଭୁବନେଶ୍ବର: କୋରୋନା ସତର୍କତା ନେଇ ସ୍ବଚ୍ଛତା ଉପରେ ଏଚଆରସିଙ୍କ ଗୁରୁତ୍ବ । ଅପରିଷ୍କାର ପରିବେଶରେ କୋରୋନା ବ୍ୟାପିବା ଆଶଙ୍କା ଅଧିକ ଥିବାରୁ କଟକ ସହରରେ ଥିବା ଅଳିଆ ଆବର୍ଜନା ଓ ଡ୍ରେନ ସଫେଇ କରିବାକୁ କଟକ ମୁଖ୍ୟଯନ୍ତ୍ରୀଙ୍କୁ ଓଏଚଆରସିଙ୍କ ନିର୍ଦ୍ଦେଶ ।
![Corona fears garbage](https://etvbharatimages.akamaized.net/etvbharat/prod-images/od-bbsr-01-ohrc-corona-cmc-notic-7206049_20032020132613_2003f_1584690973_481.jpg)
କଟକ ସହର ଭିତରେ ଥିବା ଅଳିଆ ଆବର୍ଜନା ଓ ଡ୍ରେନ ସଫେଇରେ ଅବ୍ୟବସ୍ଥା ନେଇ ପରିବେଶ ଦୂଷିତ ହେଉଥିବା ଅଭିଯୋଗରେ କଟକ ଡ୍ରେନେଜ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଓଏଚଆରସିରେ 24 ତାରିଖରେ ହାଜର ହେବାକୁ ନେଇ ନିର୍ଦେଶ ରହିଛି ।
ସହରର ଉପକଣ୍ଠରେ ଥିବା ଗଣ୍ଡରପୁର ଅଞ୍ଚଳରେ ଡ୍ରେନଜ ଓ ଅଳିଆ ପଡୁଥିବା କାରଣରୁ ପରିବେଶ ଦୂଷିତ ହେଉଛି । ଏହାକୁ ନେଇ ସମାଜକର୍ମୀ ଜୟନ୍ତୀ ଦାସ ଏନେଇ ଓଏଚଆରସିଙ୍କ ନିଜଟରେ ଅଭିଯୋଗ କରିଥିଲେ । ଯାହାଫଳରେ ମାନବାଧିକାର କମିଶନ ଏହାକୁ ଗୁରୁତର ସହ ବିଚାର କରି କମିଶନ ତୁରନ୍ତ ଡ୍ରେନ ସଫା କରିବା ସହ ରାଡ଼ଟା ଘାଟରେ ପଡିରହୁଥିବା ଅଳିଆ ଆବର୍ଜନାକୁ ସଫା କରିବା ନିମନ୍ତେ କଟକ ମହାନଗର ନିଗମର ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସରକାର ଏଭଳି ଯନ୍ତ୍ରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି । ସେନେଇ ରାଜ୍ୟ ମାନବାଧିକାର କମିଶନ ପ୍ରଶ୍ନ କରିଛନ୍ତି । ଏବଂ ଆସନ୍ତା 24 ତାରିଖରେ ଓଏଚଆରସିରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ