ETV Bharat / city

କୋଭିଡର ଡର କମ୍ୟୁନିଟି ମଧ୍ୟରେ ରହିବା ଆଵଶ୍ୟକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Nov 15, 2021, 4:43 PM IST

ଦୁର୍ଗାପୂଜା ପରେ ରାଜ୍ୟରେ କୋରୋନା ନିୟନ୍ତ୍ରଣରେ ଥିବାବେଳେ ପୁଣି ବିଦେଶରେ ଫଣା ଟେକିଲାଣି ମହାମାରୀ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ

କୋଭିଡର ଡର କମ୍ୟୁନିଟି ମଧ୍ୟରେ ରହିବା ଅଵଶ୍ୟକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଦୁର୍ଗାପୂଜା ପରେ ରାଜ୍ୟରେ କୋରୋନା ନିୟନ୍ତ୍ରଣରେ ଥିବାବେଳେ ପୁଣି ବିଦେଶରେ ଫଣା ଟେକିଲାଣି ମହାମାରୀ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତାଙ୍କ ମତରେ, ‘ରାଜ୍ୟରେ କୋରୋନା ସଂକ୍ରମଣ କମ ରହିଥିଲେ ମଧ୍ୟ ବିଦେଶରେ ସଂକ୍ରମଣ ବଢିବା ଆରମ୍ଭ କଲାଣି । ଯାହାକି କୋରୋନା ଆରମ୍ଭରୁ ଚାଇନା ଓ ୟୁରୋପ ଦେଶମାନଙ୍କରେ ପ୍ରଥମେ ଆରମ୍ଭ ହୋଇ ଭାରତକୁ ଏହି ଭୂତାଣୁ ଆସିଥିଲା । ତେବେ ଦେଶରେ ସଂକ୍ରମଣ କମ ଥିବାବେଳେ ଏବେ ବି କୋରୋନା ପ୍ରତି ଡର ଭୟ କମ୍ୟୁନିଟି ମଧ୍ୟରେ ରହିବା ଆବଶ୍ୟକ ।

ଏପଟେ ଯେଉଁଠାରେ କମ ଟୀକାକରଣ ଏବଂ ସାମାଜିକ ଦୂରତା ନାହିଁ, ସେଠାରେ ହିଁ ସଂକ୍ରମଣ ବଢୁଛି ବୋଲି ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସର୍ଭିଲାନ୍ସ କଡାକଡି କରାଯାଉଛି, ଟୀକାକରଣକୁ ଅଧିକ ଗୁଋତ୍ବ ଦିଆଯାଉଛି ଏବଂ କୋରୋନା ନିୟମକୁ କଡାକଡି ପାଳନ କରିବାକୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି।

ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ଦୁଇଟି ଡୋଜ ନିଅନ୍ତୁ । ଯଦି କୌଣସି କାରଣରୁ କିଛି ଲକ୍ଷଣ ଦେଖାଯାଏ ତେବେ ଟେଷ୍ଟ କରାନ୍ତୁ । ନିଜେ ସୁରକ୍ଷିତ ରହିବା ସହ ଚାରି ପାଖରେ ଥିବା ଲୋକଙ୍କୁ ସୁରକ୍ଷିତ ରଖିପାରିବା ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.