ETV Bharat / city

କୋରୋନା କାଳ: ଟ୍ରେନ ଅନ-ବୋର୍ଡ କର୍ମଚାରୀଙ୍କୁ ପିପିଇ କିଟ ପ୍ରଦାନ

କୋଭିଡ ସଂକ୍ରମଣରୁ ରକ୍ଷା ପାଇଁ ଟ୍ରେନ ଅନ-ବୋର୍ଡ କର୍ମଚାରୀଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇଛି । ସମଗ୍ର ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ ବ୍ୟତୀତ ରେଳବାଇ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଏବଂ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି ।

author img

By

Published : Jun 22, 2020, 6:24 PM IST

Updated : Jun 22, 2020, 8:28 PM IST

Corona fear: Providing PPE kits to train on-board staff
କୋରୋନା କହର: ଟ୍ରେନ୍ ଅନ-ବୋର୍ଡ କର୍ମଚାରୀଙ୍କୁ ପିପିଇ କିଟ୍ ପ୍ରଦାନ

ଭୁବନେଶ୍ବର: କୋଭିଡ ସଂକ୍ରମଣରୁ ରକ୍ଷା ପାଇଁ ଟ୍ରେନ ଅନ-ବୋର୍ଡ କର୍ମଚାରୀଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇଛି । ସମଗ୍ର ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ ବ୍ୟତୀତ ରେଳବାଇ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଏବଂ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ଏହି ଟ୍ରେନ ସେବା ପରିଚାଳନାରେ ଜଡିତ ଥିବା କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ପୂର୍ବତଟ ରେଳବାଇ ଅନେକ ସତର୍କତାମୂଳକ ପଦକ୍ଷେପ ନେଇଛି । ଏହି ପରିପ୍ରେକ୍ଷୀରେ ରେଳ କର୍ମଚାରୀଙ୍କୁ ପିପିଇ କିଟ ଯୋଗାଇ ଦିଆଯାଇଛି ।

କୋରୋନା କହର: ଟ୍ରେନ ଅନ-ବୋର୍ଡ କର୍ମଚାରୀଙ୍କୁ ପିପିଇ କିଟ ପ୍ରଦାନ

ଅରପକ୍ଷେ ପୂର୍ବତଟ ରେଳବାଇ କ୍ରମାଗତ ଭାବରେ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛି । ଏଥିସହ ସମସ୍ତ ପରାମର୍ଶଦାତାଙ୍କୁ ଅନୁସରଣ କରୁଛି । ଯାଦ୍ବାରା ରେଳ କର୍ମଚାରୀଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ ଏବଂ ସଂକ୍ରମଣ ବିସ୍ତାର ହୋଇପାରିବନାହିଁ । କର୍ମଚାରୀଙ୍କ ସଚେତନତା ପାଇଁ ସେମାନଙ୍କୁ ଅନୁସରଣ କରିବାକୁ ଥିବା ସମସ୍ତ ସତର୍କତା ଏବଂ ନିର୍ଦ୍ଦେଶାବଳୀ ମଧ୍ୟ ପ୍ରଦାନ କରାଯାଇଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ଭାରତ ସରକାର, ପୂର୍ବତଟ ରେଳବାଇ ରେଳ ପରିସରରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ବିସ୍ତୃତ ପଦକ୍ଷେପ ନେଇଛି । କୋଭିଡ ରୋଗର ପ୍ରସାରରେ ପ୍ରତିବନ୍ଧକ ଲଗାଇବା ପାଇଁ ପୂର୍ବତଟ ରେଳବାଇ ପ୍ଲାଟଫର୍ମ ସମେତ ବିଭିନ୍ନ ଷ୍ଟେସନ, ଟ୍ରେନ୍ ଏବଂ ଷ୍ଟେସନର ସର୍କିଟ୍ ଅଞ୍ଚଳରେ ସ୍ବଚ୍ଛତା ପ୍ରୋଟୋକଲ ପାଳନ କରୁଛି । ସେହିପରି ଅନ୍ୟ ରେଳ ପରିସରର ସାନିଟାଇଜେସନ ମଧ୍ୟ ଆବଶ୍ୟକ ସମୟରେ କରାଯାଏ । ଭୁବନେଶ୍ବର ଷ୍ଟେସନ ସମେତ ବିଭିନ୍ନ ଷ୍ଟେସନରେ ମାଗଣା ସାନିଟାଇଜର ଡିସପେନସର ମେସିନ ଲଗାଯାଇଛି । ଯାତ୍ରୀ ଏବଂ କର୍ମଚାରୀଙ୍କ ଶରୀରର ତାପମାତ୍ରା ଯାଞ୍ଚ କରିବା ପାଇଁ ଭୁବନେଶ୍ବର ଏବଂ ବିଶାଖାପାଟନମ୍ ଷ୍ଟେସନ୍ ସମେତ ବିଭିନ୍ନ ସ୍ଥାନରେ କୃତ୍ରିମ ଇଣ୍ଟେଲିଜେନ୍ସ ଆଧାରିତ ଥର୍ମାଲ୍ ସ୍କାନିଂ ବଡି ଇମେଜିଙ୍ଗ୍ କ୍ୟାମେରା ମଧ୍ୟ ସ୍ଥାପନ କରାଯାଇଛି । ଇଷ୍ଟକୋଷ୍ଟ ରେଳବାଇ ନିଜର ସମସ୍ତ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ନିବେଦନ କରେ ଯେ ମହାମାରୀ ସମୟରେ ଦାୟିତ୍ବ ରୁହନ୍ତୁ ଏବଂ ପ୍ରୋଟୋକଲ ଅନୁଯାୟୀ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ । ଟ୍ରେନରେ ଯାତ୍ରା ସମୟରେ ଆମ ସମାଜ ତଥା ପରିବାରର ମଙ୍ଗଳ ପାଇଁ ଆମକୁ ଦାୟୀ ରହିବାକୁ ପଡିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 22, 2020, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.