ETV Bharat / city

କୋରୋନା ମହାମାରୀ ପ୍ରଭାବ, ଅର୍ଥାଭାବରୁ ଶ୍ରମିକ ସାଜୁଛନ୍ତି ପାଠ ପଢୁଆ ପିଲା !

author img

By

Published : Mar 4, 2021, 2:03 PM IST

କୋରୋନା ମହାମାରୀ ପ୍ରଭାବ । ଅର୍ଥାଭାବରୁ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ପଛାଉନାହାଁନ୍ତି ପାଠ ପଢୁଆ ପିଲା । ବଢୁଛି ଶିଶୁ ଶ୍ରମିକଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

କୋରୋନା ମହାମାରୀ
କୋରୋନା ମହାମାରୀ

ଭୁବନେଶ୍ବର: କୋରୋନା ମହାମାରୀର ପ୍ରଭାବରେ ବଢିଛି ଶିଶୁ ଶ୍ରମିକଙ୍କ ସଂଖ୍ୟା ! ଅର୍ଥାଭାବରୁ ଶ୍ରମିକ ସାଜିଛନ୍ତି ଅନେକ ପାଠ ପଢୁଆ ପିଲା ! ଲକ୍‌ଡାଉନ, ସଟଡାଉନ ପରେ ବି ଏପର୍ଯ୍ୟନ୍ତ କେବଳ ନବମ, ଦଶମକୁ ଛାଡିଦେଲେ ସ୍କୁଲ ଖୋଲିନାହିଁ । ପିଲାମାନେ ଅନଲାଇନରେ ପାଠପଢୁଛନ୍ତି । ଯାହା ଅନୁନ୍ନତ ଅଞ୍ଚଳରେ ସମ୍ଭବ ହେଉନାହିଁ । ଗୋଟିଏ ପଟେ ସ୍କୁଲ ନଖୋଲିବା ଓ ଅନ୍ୟପଟେ ଆର୍ଥିକ ସ୍ଥିତି, ପିଲାଙ୍କୁ ଦାଦନ ସଜାଇଦେଉଛି ।

କୋରୋନା ମହାମାରୀ ପ୍ରଭାବ, ଅର୍ଥାଭାବରୁ ଶ୍ରମିକ ସାଜୁଛନ୍ତି ପାଠ ପଢୁଆ ପିଲା !

ଲକଡାଉନ ପରେ 183 ଜଣ ଶିଶୁ ଶ୍ରମିକ ଉଦ୍ଧାର ହେବା ଏହାକୁ ପ୍ରମାଣିତ କରୁଛି । ତେବେ ଖାଲି ଏତିକି ନୁହଁନ୍ତି, ଅନେକ ଶିଶୁ, ଶ୍ରମିକ ସାଜୁଥିଲେ ବି ତାହାର ସଠିକ ତଥ୍ୟ ମିଳିପାରୁନାହିଁ । କୋରୋନା ଭୟରେ ଲୋକେ ଘରେ ଥିବାରୁ ଏହାର ସଠିକ ଆକଳନ ହୋଇପାରୁନାହିଁ ।

ସେପଟେ ଶିଶୁ ଶ୍ରମିକ ଆଇନ ଅନୁସାରେ, 14 ବର୍ଷରୁ କମ ପିଲା କାମ କରିପାରିବେ ନାହିଁ । ସମସ୍ତଙ୍କୁ ଶିକ୍ଷା ଯୋଗାଇଦେବେ ସରକାର । 14 ରୁ 18 ବର୍ଷର ପିଲା ନିର୍ଦ୍ଦିଷ୍ଟ କିଛି କାମ କରିବେ ଓ କମ ସମୟ କାମ କରିପାରିବେ । ତେବେ ଏଥିରେ ଖିଲାପ ହେଲେ 5 ବର୍ଷର ଜେଲ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି । ହେଲେ ଏହାକୁ କୋରୋନା ସମୟରେ ଅନେକ ମାନୁନଥିବା ଦେଖାଦେଇଛି ।

ସରକାର ପିଲାଙ୍କୁ ପାଠପଢାଇବାକୁ ସମସ୍ତ ଯୋଜନା କରିଥିଲେ ବି ସ୍କୁଲ ବନ୍ଦ ଥିବାରୁ ଏହାର ଫାଇଦା ଅସାଧୁ ଲୋକେ ନେଉଥିବା କୁହାଯାଉଛି । ଯାହାକି ଶିଶୁଶ୍ରମିକଙ୍କୁ ଗଢି ତୋଳିବାରେ ଅଧିକ ସହାୟକ ହେଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.