ଭୁବନେଶ୍ବର: ସାରା ବିଶ୍ବକୁ ଡରାଉଛି କୋରୋନା । ରାଜ୍ୟରେ ଏହାର ପ୍ରଭାବ ଯେପରି ନପଡେ ସେ ନେଇ ସଚେତନତା ବାର୍ତ୍ତା ଦିଆଯାଉଛି । ଯାହାର ପ୍ରଭାବ ରାଜଧାନୀ ଭୁବନେଶ୍ବରରେ ଆୟୋଜିତ COVID-19 ସାମ୍ବାଦିକ ସମ୍ମିଳନୀରେ ଦେଖିବାକୁ ମିଳିଥିଲା ।
କୋରେନା ଭୟରେ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ଭିନ୍ନ ଭିନ୍ନ ବସିଥିବା ଦେଖିବାକୁ ମିଳିଥିଲା । ଏହା ସହ ଉପସ୍ଥିତ ସରକାରଙ୍କ ବିଭାଗୀୟ ଅଧିକାରୀ ମଧ୍ୟ ଅଲଗା ଅଲଗା ବସିଥିବାର ନଜର ଆସିଥିଲେ । ଯାହା ସାଧାରଣ ଲୋକଙ୍କୁ କୋରୋନା ସଚେତନତା ବାର୍ତ୍ତା ଦେଇଛି ।
ଆଗାମୀ ଦିନରେ କେବଳ ସାମ୍ବାଦିକ ନୁହେଁ ଉପସ୍ଥିତ କ୍ୟାମେରା ମ୍ୟାନ ବି ଅଲଗା ଅଲଗା ରହିବେ ବୋଲି କହିଛନ୍ତି କୋରୋନା ସଚେତନତା ଟିମ୍ର ମୁଖ୍ୟ ସୁବ୍ରତ ବାଗଚି । ରାଜ୍ୟରେ କୋରୋନା ଭୂତାଣୁ ଯେପରି କାୟା ବିସ୍ତାର ନକରିବ ତାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ