ETV Bharat / city

କୋରୋନା କହର: ସଙ୍କଟରେ ସିନେମା ହଲ ମାଲିକ, ସହାୟତା ନ ମିଳିଲେ ବୁଡିଯିବ ଶିଳ୍ପ

ରାଜ୍ୟରେ 1999 ମସିହା ମହାବାତ୍ୟା ପୂର୍ବରୁ 230ରୁ ଊର୍ଦ୍ଧ୍ବ ସିନେମା ହଲ ଥିବାବେଳେ ମହାବାତ୍ୟା ଯୋଗୁ ଅନେକ କ୍ଷୟକ୍ଷତି ହେବା ଫଳରେ ଅନେକ ହଲ ବନ୍ଦ ହୋଇ ଯାଇଥିଲା । ଏହାପରେ ମାତ୍ର 90ଟି ହଲ କାର୍ଯ୍ୟ କରୁଥିବାବେଳେ ଇତି ମଧ୍ୟରେ ଏହା 60ରୁ 70କୁ କମି ଆସିଛି । ତେବେ କୋରୋନାର ପ୍ରହାର ଏବେ ହଲ ମାଲିକଙ୍କ ଅଣ୍ଟା ଭାଙ୍ଗି ଦେଇଛି ।

corona-effect-cinema-hall-owner-in-crisis-industry-will-drown-if-not-getting-any-helped
କୋରୋନା ପ୍ରଭାବ: ସଙ୍କଟରେ ସିନେମା ହଲ ମାଲିକ, ସହାୟତା ନ ମିଳିଲେ ବୁଡିଯିବ ଶିଳ୍ପ
author img

By

Published : Jul 8, 2020, 7:59 PM IST

ଭୁବନେଶ୍ବର: ପାଖାପାଖି ଦୀର୍ଘ 4 ମାସ ହେବ କୋରୋନା ମହାମାରୀ ଯୋଗୁଁ ଅନେକ ସଂସ୍ଥା ଓ କଳ କାରଖାନା ବନ୍ଦ ହୋଇ ପଡିଛି । ତାହା ମଧ୍ୟରୁ ଅନ୍ୟତମ ହେଉଛି ଜନସାଧାରଣଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉ ଥିବା ସିନେମା ହଲ । ଏହାକୁ ସରକାର ଶିଳ୍ପର ମାନ୍ୟତା ଦେଇ ନ ଥିଲେ ମଧ୍ୟ ଏହା କୌଣସି ଶିଳ୍ପଠାରୁ କମ ନୁହେଁ । ଏଥିରେ ହଜାର ହଜାର ଲୋକ ସେମାନଙ୍କ ଜୀବନ ଜୀବିକା ନିର୍ବାହ କରିଥାନ୍ତି ।

କୋରୋନା ପ୍ରଭାବ: ସଙ୍କଟରେ ସିନେମା ହଲ ମାଲିକ, ସହାୟତା ନ ମିଳିଲେ ବୁଡିଯିବ ଶିଳ୍ପ

କିନ୍ତୁ କୋରୋନା ଭୁତାଣୁର ଭୟବହାତା ଯୋଗୁଁ ସରକାର କଟକଣା ଲଗାଇବା ପରେ ସିନେମା ହଲ ମାନଙ୍କରେ ତାଲା ଝୁଲୁଛି । ଯେଉଁଠି ରାତି ପାହିଲେ ହଜାର ହଜାର ଲୋକଙ୍କ ଗହଳି ଜମୁଥିଲା, ପ୍ରେକ୍ଷାଳୟ ଅଭିନେତା ଓ ଅଭିନେତ୍ରୀମାନଙ୍କ ସଂଳାପରେ କରତାଳି ମାଡ଼ରେ କମ୍ପି ଉଠୁଥିଲା, ରୋମାଣ୍ଟିକ ସିନ ଦେଖି ଯେଉଁଠି ହ୍ବିସିଲ୍ ଶବ୍ଦ ରୋମାଞ୍ଚିତ କରୁଥିଲା, ସେ ସବୁ ଏବେ ନିରବି ଯାଇଛି । ନା ହଲ ସାମ୍ନାରେ ଟିକେଟ ପାଇଁ ଲମ୍ବା ଲାଇନ ଲାଗୁଛି, ନା ନୂଆ ଫିଲ୍ମର ମହୁରତ ପାଇଁ ହିରୋ, ହିରୋଇନ ସମେତ ଫିଲ୍ମର କଳାକାରମାନେ ହଲରେ ରୁଣ୍ଡ ହେଉଛନ୍ତି । ପରଦାରେ ପରସ୍ତ ପରସ୍ତ ଅଳନ୍ଧୁ ବସି ଯିବାବେଳେ ଦର୍ଶକଙ୍କ ବସିବା ପାଇଁ ପଡି ଥିବା ସିଟ ଗୁଡିକ ମଧ୍ୟ ସେତେ ଯେମିତି ବିରହ ବେଦନାରେ ନିର୍ବାକ ହୋଇ ଯାଇଛନ୍ତି।

ଏମିତି ସମୟ ହୋଇଛି ସିନେମା ହଲ ମାଲିକ ଚାହିଁଲେ ବି କିଛି କରିପାରୁନାହାଁନ୍ତି । ଆଉ ବିନା ରୋଜଗାରରେ କର୍ମଚାରୀଙ୍କୁ ଦରମା ପ୍ରଦାନ କରିବା ସହ ଲାଇନ ଓ ଅନ୍ୟାନ୍ୟ ବିଲ ଦେବା ପାଇଁ ଏକ ପ୍ରକାର ଅସହାୟ ହୋଇ ଗଲାଣି । ତେବେ ସରକାର ଏମାନଙ୍କ ପାଇଁ ସହାୟତାର ହାତ ନ ବଢ଼ାଇଲେ ଏମାନେ ତ ଲୋପ ପାଇଯିବେ ଆଉ ଏହି ଇଣ୍ଡଷ୍ଟ୍ରି ମଧ୍ୟ ସବୁ ଦିନ ପାଇଁ ଯେ ବୁଡି ନ ଯିବ ସେକଥା କହି ହେବନି ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ କି ରାଜ୍ୟରେ 1999 ମସିହା ମହାବାତ୍ୟା ପୂର୍ବରୁ 230 ରୁ ଊର୍ଦ୍ଧ୍ବ ସିନେମା ହଲ ଥିବାବେଳେ ମହାବାତ୍ୟା ଯୋଗୁ ଅନେକ କ୍ଷୟକ୍ଷତି ହେବା ଫଳରେ ଅନେକ ହଲ ବନ୍ଦ ହୋଇ ଯାଇଥିଲା । ଏହାପରେ ମାତ୍ର 90ଟି ହଲ କାର୍ଯ୍ୟ କରୁଥିବାବେଳେ ଇତି ମଧ୍ୟରେ ଏହା 60ରୁ 70 କୁ କମିଛି । ତେବେ ଏହି କୋରୋନାର ପ୍ରହାର ଏପରି ହଲ ମାଲିକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ସେମାନେ ବର୍ତ୍ତମାନ ହଲକୁ ମଲ କିମ୍ବା ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିବାକୁ ଚିନ୍ତା କରୁଛନ୍ତି । ଯାହା ଫଳରେ ଏହାର ସଂଖ୍ୟା ଆହୁରି କମିଯିବ ବୋଲି ଆଶଙ୍କା ଦେଖାଦେଇଛି । ଯାହାକି ଉଭୟ ସେନେମା ଦର୍ଶକ ଓ ଏହି ଶିଳ୍ପ ସହିତ ଜଡିତ ଲୋକଙ୍କ ପାଇଁ ଏକ ଚିନ୍ତାର ବିଷୟ ଅଟେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.