ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଏବେ ତଳ ମୁହାଁ ହୋଇଛି। କିଛି ଜିଲ୍ଲାକୁ ବାଦ ଦେଲେ ବାକି ସମସ୍ତ ଜିଲ୍ଲାରେ ସଂକ୍ରମଣ କମ ରହୁଛି। ଅନ୍ୟପଟେ ସଂକ୍ରମଣ କାମୁଥିବା ବେଳେ ହସ୍ପିଟାଲ ଉପରେ ମଧ୍ୟ ଚାପ କମିବାରେ ଲାଗିଛି। ଯାହା ଆଗକୁ ଅନଲକ ଖୋଲିବାକୁ ସିଧାସଳଖ ଭାବରେ ଦର୍ଶାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ହସ୍ପିଟାଲରୁ ଚାପ କମୁଥିବା ବେଳେ ବେଡ଼ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଆଇସିୟୁ 56 ପ୍ରତିଶତ ବ୍ୟବହାର ହେଉଛି। ସାଧାରଣ ବେଡର ବ୍ୟବହାର ବହୁତ କମିଛି। ଯେଉଁଠାରୁ ଅଧିକ ପଜିଟିଭ ବାହାରିଛନ୍ତି ସେଠାରେ ସର୍ଭେଲାନ୍ସ କରାଯାଉଛି। ଅଧିକ ଟେଷ୍ଟ କରି ଆଇସୋଲେଟ କରାଯାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।
ଅନଲକକୁ ନେଇ ରାଜ୍ୟ ସରକାର ଠିକ ସମୟରେ ନିଷ୍ପତି ନେବେ। ସବୁ ସ୍ଥାନରେ ତଦାରଖ କରାଯାଉଛି। ସ୍ଥିତିକୁ ଦେଖି ନିଷ୍ପତି ନିଆଯିବ । ଏଥି ପାଇଁ ବିଚାର ବିମର୍ଷ ଜାରି ରହିଛି। ଦିନେ 2ଦିନ ଦିନେ ମଧ୍ୟରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏନେଇ ଗାଇଡ଼ ଲାଇନ ଆସିବ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ