ଭୁବନେଶ୍ବର: ରାଜଧାନୀରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ । ପୂର୍ବପେକ୍ଷା ସଂକ୍ରମଣ ମାତ୍ରାରେ ହ୍ରାସ ଘଟିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଥମିବାର ନାଁ ଧରୁନି । ଶନିବାର ସୁଦ୍ଧା ଭୁବନେଶ୍ବରରେ 150 ଛୁଇଁଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ଅନ୍ୟପଟେ ଆଜି ଏଠାରେ 182 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 276 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ରାଜଧାନୀରରେ ବୃଦ୍ଧି ପାଇବାରେ ଲାଗିଛି ସ୍ଥାନୀୟ ସଂକ୍ରମଣ । ଆଜି ଚିହ୍ନଟ 182 ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 44 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମଣ 138 ରହିଛି । ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ପାହାଳ, 3 ଜଣ ଗଜପତି ନଗର, 2 ଜଣ ଚନ୍ଦ୍ରଶେଖରପୁର, 2 ଜଣ ବିଜେବି ନଗର, 2 ଜଣ ଘାଟିକିଆ, 3 ଜଣ ଓଲଡ଼ ଟାଉନ, 4 ଜଣ ୟୁନିଟ 1, 2 ଜଣ ରସୁଲଗଡ଼, 2 ଜଣ ୟୁନିଟ 8 ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।
ସେହିପରି ସମସ୍ତ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ 11 ଜଣ ନୟାପଲୀ, 3 ଜଣ ମଞ୍ଚେଶ୍ବର, 6 ଜଣ ଡୁମ ଡୁମା, 4 ଜଣ ଚନ୍ଦ୍ରଶେଖରପୁର, 3 ଜଣ ବମୀଖାଲ, 4 ଜଣ ଆଚାର୍ଯ୍ୟ ବିହାର, 4 ଜଣ ଜୟଦେବ ବିହାର, 6 ଜଣ ଝରପଡ଼ା, 7 ଜଣ ନୀଳାଦ୍ରି ବିହାର, 7 ଜଣ ପାତ୍ରପଡା, 9 ଜଣ ପଟିଆ, 3 ଜଣ ଶୈଳେଶ୍ରୀ ବିହାର, 7 ଜଣ ୟୁନିଟ 8, 4 ଜଣ ତାଙ୍କପାଣି ରୋଡ଼, 4 ଜଣ ଶ୍ୟାମପୁର ଆଦି ଅଞ୍ଚଳର ଅଟନ୍ତି ।
ତେବେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 28,481 ରେ ପହଞ୍ଚିଥିବା ବେଳେ କେବଳ 25, 895 ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି 2,415 ଟି ସକ୍ରିୟ ମାମଲା ଥିବା ସହ 150 କୁ ମୃତ୍ୟୁ ସଂଖ୍ୟା ଛୁଇଁଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ