ଭୁବନେଶ୍ବର: ରାଜ୍ୟରେ ପୁଣି 11 ଜଣଙ୍କର ମୁଣ୍ଡ ନେଇଛି କୋରୋନା । ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ଆଜି(ବୁଧବାର) ରାଜ୍ୟରେ ପୁଣି କୋରୋନାରେ ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 514ରେ ପହଞ୍ଚିଛି ।
ରାଜ୍ୟରେ ମୃତ୍ୟୁ ସଂଖ୍ୟା 500 ପାର୍ କରିଛି । ବାଲେଶ୍ବରରେ ଜଣେ 57 ବର୍ଷୀୟ ପୁରୁଷର ମୃତ୍ୟୁ ହୋଇଥିବାବେଳେ ଭଦ୍ରକରେ 57 ବର୍ଷ ପୁରୁଷ, ଭୁବନେଶ୍ବରରେ 62 ବର୍ଷ ପୁରୁଷ ଓ 57 ବର୍ଷର ମହିଳା, ଗଞ୍ଜାମରେ 63 ବର୍ଷର ମହିଳା, 35 ବର୍ଷ ପୁରୁଷ ଓ 56 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।
ସେହିପରି ଜଗତସିଂହପୁରରେ 90 ବର୍ଷର ପୁରୁଷ, ପୁରୀରେ 52 ବର୍ଷର ପୁରୁଷ, ରାୟଗଡାରେ 64 ବର୍ଷର ପୁରୁଷ, ସମ୍ବଲପୁରରେ 58 ବର୍ଷର ପୁରୁଷଙ୍କ ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ