ETV Bharat / city

ଲକଡାଉନ-ସଟଡାଉନ ପାଇଁ ଭାଙ୍ଗୁଛି କୋରୋନା ଚେନ୍‌ - ଲକଡାଉନ

ଲକଡାଉନ ଏବଂ ସଟଡାଉନ ପାଇଁ ସଂକ୍ରମଣର ଚେନ ଧିରେଧିରେ ଭାଙ୍ଗୁଥିବା ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ...

ଲକଡାଉନ-ସଟଡାଉନ ପାଇଁ ଭାଙ୍ଗୁଛି କୋରୋନା ଚେନ୍‌

author img

By

Published : May 9, 2021, 4:30 PM IST

ଭୁବନେଶ୍ବର: ଦେଶରେ କୋରୋନା ଭୟାବହତା ମଧ୍ୟରେ ଏବେ ଓଡିଶାରେ ଧିରେଧିରେ ଭାଙ୍ଗୁଛି ସଂକ୍ରମଣର ଚେନ । ହେଲେ ଚଳିତ ମାସ ପର୍ଯ୍ୟନ୍ତ ପିକ୍‌ରେ ରହିବ ସ୍ଥିତି । ଲକଡାଉନ ଏବଂ ସଟଡାଉନ ପାଇଁ ସଂକ୍ରମଣର ଚେନ ଧିରେଧିରେ ଭାଙ୍ଗୁଥିବା ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଲକଡାଉନ-ସଟଡାଉନ ପାଇଁ ଭାଙ୍ଗୁଛି କୋରୋନା ଚେନ୍‌

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଲକଡାଉନ ଏବଂ ସଟଡାଉନ ପାଇଁ ଧିରେଧିରେ ଭାଙ୍ଗୁଛି କୋରୋନା ଚେନ୍ । ହେଲେ ଚଳିତ ମାସ ପର୍ଯ୍ୟନ୍ତ ପିକରେ ରହିବ ସ୍ଥିତି । ମେ 15 ମଧ୍ୟରେ କୋରୋନା ପିକକୁ ଯିବ ବୋଲି ଆକଳନ କରାଯାଇଥିଲା, କିନ୍ତୁ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ଧିରେଧିରେ ନିୟନ୍ତ୍ରଣକୁ ଆସୁଛି ।

ଶୁକ୍ରବାର ୧୨ ହଜାରରୁ ଅଧିକ ଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ଏବେ ସଂକ୍ରମଣ ୧୦ରୁ ୧୧ ହଜାର ଭିତରେ ରହୁଛି । ଲକଡାଉନ କିମ୍ବା ସଟଡାଉନ ପରେ ଯଦି ଲୋକମାନେ ଏହିଭଳି ନିୟମ ମାନିବେ ତେବେ ଆମେ ଚେନ ଭାଙ୍ଗିପାରିବା । ଗାଁ ଏବଂ କିଛି ଛୋଟ ଛୋଟ ସହରରେ ସଂକ୍ରମଣ ବଢିଥିବାରୁ ସେଠାରେ ସଂକ୍ରମଣ କମିବାକୁ ସମୟ ଲାଗିବ ।

ମଝିରେ ଲାଗୁଥିଲା ଆମ ରାଜ୍ୟର ସଂକ୍ରମଣ ୧୫ ହଜାର ଅତିକ୍ରମ କରିବ । ହେଲେ ସରକାରଙ୍କ ପଦକ୍ଷେପ ଏବଂ ଲୋକମାନେ ସ୍ଥିତି ଦେଖି ଡରିଲେଣି । ଜୁନ ଶେଷଆଡକୁ ୫ ହଜାର ତଳକୁ ସଂକ୍ରମଣ ଖସିଆସିବ । ସାରା ବିଶ୍ବରେ ସଂକ୍ରମଣ ୨ ବର୍ଷ ପର୍ଯ୍ୟନ୍ତ ରହିଥିଲା। ଭାରତରେ ପାଖାପାଖି ୧୪ ମାସରୁ ଅଧିକ ରହିଲାଣି । ଆହୁରି ୮ରୁ ୧୦ ମାସ ରହିବ ।

ଆଗୁଆ ପଦକ୍ଷେପ ନେଲେ ତୃତୀୟ ଲହରୀକୁ ମଧ୍ୟ ମାତ ଦେଇହେବ । ଏବେ ଫ୍ରାନ୍ସ ଜର୍ମାନୀ, ୟୁରୋପର କିଛି ଦେଶରେ ତୃତୀୟ ଲହରୀ ସଂକ୍ରମଣ ଆସିଛି । ସରକାର ଏକା ନୁହନ୍ତି ଲୋକମାନେ ସହଯୋଗ କଲେ ଏହି ଚେନ ସଂପୂର୍ଣ୍ଣ ଭାଙ୍ଗିବ । ପରିସ୍ଥିତି ଯେତେ ଭଲ ହେଲେ ମଧ୍ୟ କୋରୋନା ନିୟମ ମାନି ଚଳିବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.