ETV Bharat / city

ବିଏମସି ଅଫିସରେ କୋରୋନା, ଇଞ୍ଜିନିୟରିଂ ସେକ୍ସନ୍‌କୁ ୭ ଦିନ ପାଇଁ ସିଲ - ଇଞ୍ଜିନିୟରିଂ ସେକ୍ସନ

ବିଏମ୍‌ସି ଅଫିସ୍‌ରେ 2ଜଣ ବରିଷ୍ଠ ଯନ୍ତ୍ରୀ ଓ ଜଣେ ଡ୍ରାଇଭର କରୋନା ଆକ୍ରାନ୍ତ । ଇଞ୍ଜିନିୟରିଂ ସେକ୍ସନରେ କାମ କରୁଥିବା ଏହି 2ଯନ୍ତ୍ରୀ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଛୁଟି ନେଇ ସମ୍ବଲପୁର ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କ ନିକଟରେ କୋରୋନା ଲକ୍ଷଣ ଦେଖାଦେଇଥିଲା ।

ବିଏମସି ଅଫିସରେ କୋରୋନା, ଇଞ୍ଜିନିୟରିଂ ସେକ୍ସନ୍‌କୁ ୭ ଦିନ ପାଇଁ ସିଲ

author img

By

Published : Jul 5, 2020, 10:17 AM IST

ଭୁବନେଶ୍ବର: ବିଏମସିକୁ ଛୁଇଁଲା କୋରୋନା, ଦୁଇ ଯନ୍ତ୍ରୀ ସହ ଡ୍ରାଇଭର ସଂକ୍ରମିତ । ବିଏମ୍‌ସି ଅଫିସ୍‌ରେ ଦୁଇ ଜଣ ବରିଷ୍ଠ ଯନ୍ତ୍ରୀ ଓ ଜଣେ ଡ୍ରାଇଭର କୋରୋନା ଆକ୍ରାନ୍ତ । 2 ବରିଷ୍ଠ ଯନ୍ତ୍ରୀ କୋରୋନା ପଜିଟିଭ ବାହାରିବା ପରେ ବିଏମ୍‌ସି ଅଫିସର କର୍ମଚାରୀଙ୍କ ମନରେ ଛନକା ପଶିଛି । ଇଞ୍ଜିନିୟରିଂ ସେକ୍ସନ୍‌କୁ ୭ ଦିନ ପାଇଁ ସିଲ୍‌ କରାଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଇଞ୍ଜିନିୟରିଂ ସେକ୍ସନରେ କାମ କରୁଥିବା ଏହି 2 ଯନ୍ତ୍ରୀ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଛୁଟି ନେଇ ସମ୍ବଲପୁର ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କର କୋରୋନା ଲକ୍ଷଣ ଦେଖାଦେଇଥିଲା । ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ସହ ଗାଡି ନେଇ ଯାଇଥିବା ଡ୍ରାଇଭରର ରିପୋର୍ଟ ମଧ୍ୟ ପଜିଟିଭି ଆସିଛି ।

ସବୁଠୁ ଚିନ୍ତାର କଥା ହେଉଛି, ଏହି 2ଯନ୍ତ୍ରୀ ସମ୍ବଲପୁରରୁ ଫେରି ବିଏମ୍‌ସି ଅଫିସ ଆସିଥିଲେ । ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସାମିଲ ହୋଇଛନ୍ତି । କିଛି କର୍ମଚାରୀ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି । ଏହାକୁ ନେଇ ଅଫିସର ଓ କର୍ମଚାରୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ତେବେ ସମ୍ପୂର୍ଣ୍ଣ ବିଏମ୍‌ସି ଅଫିସ୍‌କୁ ସିଲ୍‌ କରିବାକୁ କର୍ମଚାରୀ ଦାବି କରିଛନ୍ତି ।

ସେପଟେ ରବିବାର ଦିନକରେ ସହରରୁ ୪୫ ପଜିଟିଭ ବାହାରିଛନ୍ତି । କ୍ବାରେଣ୍ଟାଇନ୍‌ରେ ଥିବା ୩୭ଜଣ ଓ ୮ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସହରର ପ୍ରାୟ ସବୁ ଅଞ୍ଚଳକୁ କୋରୋନା ଭାଇରସ କାୟା ବିସ୍ତାର କରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.