ଭୁବନେଶ୍ବର: କୋରୋନା ନେଇ ରାଜ୍ୟସରକାରଙ୍କ ବଡ ଘୋଷଣା । ଆଜି ରାତି 8ଟାରୁ ରବିବାର ରାତି 8 ପର୍ଯ୍ୟନ୍ତ ଭୁବନେଶ୍ବର ଓ ଭଦ୍ରକ ଟାଉନ୍ ସଟ୍ଡାଉନ୍ । ଅର୍ଥାତ ସମୂର୍ଣ୍ଣ ବନ୍ଦ ରହିବ ଏହି ଦୁଇଟି ସହର । କେହି ଘରୁ ବାହାରିପାରିବେନି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ ରହିବ । କେବଳ କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲା ରହିବ । ବଡରୋଗ ଥିଲେ ଆମ୍ବୁଲାନ୍ସ ଯୋଗେ ବାହାରକୁ ଯିବେ । ସେହିପରି ଏହି ସମୟରେ କାମଦେବନି ପୂର୍ବରୁ ଦିଆଯାଇଥିବା କୌଣସି ପାସ ।
ଅନ୍ୟପଟେ କେବଳ ଡାକ୍ତର, ଟେଲିକମ୍ ଓ ଗୁଡ୍ ଟ୍ରାନ୍ସପୋର୍ଟକୁ ସଟ୍ଡାଉନ୍ ପାସ ଜାରି କରାଯିବ । ଏଥିଲାଗି ଭୁବନେଶ୍ବରରେ 100 ନମ୍ବରକୁ କଲ କରି ପାସ ନେଇପାରିବେ ସେପଟେ ଭଦ୍ରକ ପାଇଁ ସେଠାକାର ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି । ଏହାକୁ ଯିଏ ନମାନିବ ତାକୁ ପୋଲିସ ଉଠାଇ ନେବା ସହ 14 ଦିନ ସରକାରୀ କ୍ବାରେଣ୍ଟାଇନରେ ରଖାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଗ୍ରୋସରୀ ଦୋକାନ, ଫଳ ଦୋକାନ, ମାଛ ମାଂସ ଦୋକାନ ଭଳି ସମସ୍ତ ଦୋକାନ ଖୋଲା ରହିବ ନାହିଁ । ସେପଟେ ଜାତୀୟ ରାଜପଥ ଉପରେ ଏହା ଲାଗୁ ହେବ ନାହିଁ । ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାରୁ ଏପରି କରାଯାଇଥିବା କୁହାଯାଉଛି ।
ଭୁବନେଶ୍ବରରୁ ତାପସ ପରିଡା ଓ ଜ୍ଞାନଦର୍ଶୀ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ