ETV Bharat / city

ରାଜ୍ୟରେ 7 ଜିଲ୍ଲାକୁ ଗଡିଲା କୋରୋନା ସଚେତନତା ରଥ

author img

By

Published : Dec 24, 2020, 3:15 PM IST

ବିଦେଶରେ କୋରୋନା ମହାମାରୀର ପୁନଃ ସଂକ୍ରମଣକୁ ଲକ୍ଷ୍ୟ କରାଯାଇ ରାଜ୍ୟରେ କୋରୋନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

Corona awareness chariots rolled into 7 districts in Odisha
ରାଜ୍ୟରେ 7 ଜିଲ୍ଲାକୁ ଗଡିଲା କୋରୋନା ସଚେତନତା ରଥ

ଭୁବନେଶ୍ବର: ବିଦେଶରେ କୋରୋନା ମହାମାରୀର ପୁନଃ ସଂକ୍ରମଣକୁ ଲକ୍ଷ୍ୟ କରାଯାଇ ରାଜ୍ୟରେ ଗୁରୁବାର 7 ଜିଲ୍ଲାକୁ କୋରୋନା ସଚେତନତା ରଥକୁ ବାହର କରାଯାଇଛି । ଲୋକମାନଙ୍କୁ ଲୋକକଳା ଓ ଲୋକନୃତ୍ୟ ମାଧ୍ୟମରେ ସଚେତନ କରିବା ପାଇଁ ନିଷ୍ପତ୍ତି ହୋଇଛି ।

କୋରୋନାର ପ୍ରଭାବ ରାଜ୍ୟରେ କିଛି ମାତ୍ରାରେ କମିଥିଲେ ମଧ୍ୟ ବିଦେଶରେ କୋରୋନାର ନୂଆ ସଂକ୍ରମଣ ବାହାରିଥିବା ସୂଚନା ମିଳିଛି । ଯାହାକି ପୂର୍ବ ଅପେକ୍ଷା ଅଧିକ ମାତ୍ରାରେ ସଂକ୍ରମିତ ହେଉଛି । ସଂକ୍ରମଣ ରାଜ୍ୟରେ କମିବା ଫଳରେ ଲୋକମାନେ ପୂର୍ବାପେକ୍ଷା କୋହଳ ମନୋଭାବ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ତେବେ ଲୋକମାନଙ୍କୁ ସତର୍କ କରାଇବା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫ ଓଡିଶା ଶାଖା ସହଯୋଗରେ କୋରୋନା ସଚେତନତା ରଥ ବାହାର କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ 7ଟି ଜିଲ୍ଲା ଯଥା ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲା ସମେତ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପରିଭ୍ରମଣ କରାଯାଇ ସଚେତନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ 24 ତାରିଖଠାରୁ ଆରମ୍ଭ ହୋଇ 30 ତାରିଖ ପର୍ଯ୍ୟନ୍ତ ସଚେତନ କରାଯିବ । ପ୍ରତିଦିନ ସକାଳ 9 ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଅନୁସାରେ 2ଟି ଲେଖାଏଁ ଲୋକଦଳ ସାମିଲ ହୋଇ ସଚେତନ କରିବେ । ଯାହାକି ଆଗାମୀ ଦିନରେ ଅନ୍ୟ ଜିଲ୍ଲାଗୁଡିକୁ ସମ୍ପ୍ରସାରିତ କରାଯିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମ ଜିଲ୍ଲାର ସଂସ୍କୃତି ଭବନରେ କରାଯିବ । ଭୁବନେଶ୍ବରରେ ଆୟୋଜିତ ଏହି ଉତ୍ସବରେ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସାଶନ ସଚିବ ବିଷ୍ଣୁପଦ ସେଠି, ନିର୍ଦ୍ଦେଶକ ରଞ୍ଜନ ଦାଶ, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସାଶନ ସଚିବ ସଞ୍ଜୟ ସିଂ ପ୍ରମୁଖ ଉପସ୍ଥିତ ରହି କୋରୋନାର ଟିକା ନ ବାହାରିବା ପର୍ଯ୍ୟନ୍ତ ସଚେତନତା ଅବଲମ୍ବନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.