ETV Bharat / city

ରାଜ୍ୟରୁ ବିଶ୍ବବାପୀ କୋରୋନା ଖବର, ଜାଣନ୍ତୁ କେତେ ଆକ୍ରାନ୍ତ କେତେ ମୃତ - ବିଶ୍ବବାପୀ କୋରୋନା ଖବର

ସମଗ୍ର ବିଶ୍ବର କୋରୋନା ଖବର । ପ୍ରତିଟି ଅପଡ଼େଟ ସହ ରାଜ୍ୟ ସମେତ ବିଶ୍ବରେ କେତେ ଆକ୍ରାନ୍ତ ଓ କେତେ ମୃତ ପଢନ୍ତୁ ଖବର ।

corona-affected-and-death-figure-all-over-world-officially

author img

By

Published : Mar 26, 2020, 6:50 PM IST

ଭୁବନେଶ୍ବର: ଆଜି ଦିନ ୩ଟା ସୁଦ୍ଧା ରାଜ୍ୟରୁ ପଠାଯାଇଥିବା ୧୬୪ ଜଣଙ୍କ ନମୁନା ନେଗେଟିଭ ରହିଛି । ପୂର୍ବରୁ ୨ଟି ପଜିଟିଭ ରୋଗୀଙ୍କ ଅବସ୍ଥା ସ୍ଥିର ଅଛି। ତେବେ ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣଙ୍କ ତଥ୍ୟ ଆସିଛି। ସେମାନଙ୍କ ସହ ଯୋଗାଯୋଗ ହୋଇଛି। ନୂଆ କରୋନା ରୋଗୀ ଚିହ୍ନଟ ହୋଇନଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମଖପାତ୍ର ସୁବ୍ରତ ବାଗଚୀ ।

ଏଥିପାଇଁ ୧୦ଟି ଟିମ ମନିଟର କରୁଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟ ବାହାରୁ ଓ ବିଦେଶି ଫେରନ୍ତା ୧୦୪ ଓ ୱେବସାଇଟ ଯୋଗେ ୪,୨୩୯ ଜଣ ପଞ୍ଜୀକୃତ ହୋଇଛନ୍ତି। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୩୪ ବ୍ୟକ୍ତି ଆଇସୋଲେସନରେ ଅଛନ୍ତି ।

ତେବେ ବିଶ୍ବର ୧୯୮ ଦେଶରେ କରୋନା ସଂକ୍ରମଣ ବ୍ୟାପିଛି । ୪,୭୫, ୯୬୮ ଜଣ ସଂକ୍ରମଣରେ ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧,୩୫୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮୬ ଜଣରେ ପହଁଚିଛି ଏବଂ ୧୩ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଚୀନରେ ୮୧,୨୮୫ ଜଣ ଆକ୍ରାନ୍ତ ଇଟାଲୀରେ ୭୪,୩୮୬ ଜଣ, ୟୁକେ ୬୮,୪୮୯ ଜଣ, ସ୍ପେନରେ ୪୯,୪୧୫ ଜଣ ଜର୍ମାନୀରେ 38,609 ଜଣ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ବାଗଚୀ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.