ଭୁବନେଶ୍ବର: ଓଡ଼ିଶାରେ କୋରୋନା ଟେଷ୍ଟିଂ ଫାସିଲିଟି ଆରମ୍ଭ କରାଯାଇଛି । ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର(RMRC)ରେ ଏହି ସୁବିଧା ଉପଲବ୍ଧ କରାଯାଇଛି । ଏଠାରେ ପରୀକ୍ଷା କରାଯାଇଥିବା ସମସ୍ତ ରିପୋର୍ଟ ନେଗେଟିଭ ରହିଛି ବୋଲି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି ।
ଏସସିବି, ଏମକେସିଜେ, ଭିମସାର ଓ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଥିବା 10 ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏ ଯାଏ ରାଜ୍ୟରେ କୌଣସି କୋରୋନା ରୋଗୀ ଚିହ୍ନଟ ହୋଇ ନଥିବା ସ୍ବାସ୍ଥ୍ୟ ସଚିବ ପ୍ରକାଶ କରିଛନ୍ତି । ତେବେ କୋରୋନା ପାଇଁ କୌଣସି ଚିନ୍ତା କରିବାର କିଛି କାରଣ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।
ସେହିପରି ସୁସ୍ଥ ଲୋକ ମାସ୍କ ନପିନ୍ଧିବାକୁ ସେ ଅନୁରୋଧ । ଅସୁସ୍ଥ ଲୋକ ମାସ୍କ ପିନ୍ଧନ୍ତୁ । ଯାହାଙ୍କୁ ଥଣ୍ଡା, କାଶ ହେଉଛି, ସେମାନେ ମାସ୍କ ପିନ୍ଧନ୍ତୁ । ସୁସ୍ଥ ହେବା ଯାଏଁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ।
କୋରୋନା ସ୍ଥିତି ଉପରେ ନଜର ରଖିଛୁ । ଏଥିପାଇଁ ରାଜ୍ୟ ସରକାରଙ୍କ ସହିତ ଏମ୍ସ ମିଳିତ ଭାବେ କାମ କରୁଥିବା ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳୀ ବି ପ୍ରକାଶ କରିଛନ୍ତି । ଏମ୍ସରେ ଆମ ତରଫରୁ ସମସ୍ତ ବ୍ୟବସ୍ଥା ରହିଛି ବୋଲି ଏମ୍ସ ନିର୍ଦ୍ଦେସିକା ଗୀତାଞ୍ଜଳୀ କହିଛନ୍ତି । ସେହିପରି ଗୁଜବ ଉପରେ ଭରସା ନ କରିବାକୁ କରନ୍ତୁ ନାହିଁ ବୋଲି ଡ଼ିଏମଇଟି ସି ବିକେ ମହାନ୍ତି କହିଛନ୍ତି । ସେହିପରି ସୁସ୍ଥ ଲୋକ ମାସ୍କ ନପିନ୍ଧିବାକୁ ସେ ଅନୁରୋଧ କରିଛନ୍ତି । ଅସୁସ୍ଥ ଲୋକ ମାସ୍କ ପିନ୍ଧନ୍ତୁ । ଯାହାଙ୍କୁ ଥଣ୍ଡା, କାଶ ହେଉଛି, ସେମାନେ ମାସ୍କ ପିନ୍ଧନ୍ତୁ । SCBରେ କୌଣସି ଡାକ୍ତରଙ୍କୁ କୋରୋନା ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି ।
କୋରୋନା ସତର୍କତା ପାଇଁ ରାଜ୍ୟ ସରକାରଙ୍କ ୧୦ ସୂତ୍ରୀ ଦିଗ
୧. ଯଦି ଆବଶ୍ୟକ ପଡେ ତାହେଲେ ମାସ୍ କ୍ବାରେଣ୍ଟାଇନ୍ ପାଇଁ ଜଟଣୀ, କଟକ, ବୁର୍ଲା ଓ ବ୍ରହ୍ମପୁରରେ ସ୍ଥାନ ଚିହ୍ନଟ ହୋଇଛି ।
୨. ସମସ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲା ମନିଟରିଂ ମୁଖ୍ୟ ଭାବେ ମନୋନୀତ କରାଯାଇଛି ।
୩. କଣ କରିବା ଦରକାର, କଣ ନ କରିବା ଦରକାର ସେଇ ପ୍ରଚାରପତ୍ର ଓଡିଆ ଓ ଇଂରାଜୀରେ ସମସ୍ତ ଦୈନିକ ଖବରକାଗଜରେ ସର୍କୁଲେଟ୍ କରାଯାଇଛି ।
୪. ସମସ୍ତ ସ୍କୁଲରେ ପରାମର୍ଶ ଦିଆଯାଇସରିଛି ।
୫. ସମସ୍ତ ସରକାରୀ, ଘରୋଇ କର୍ପୋରେଟ କାର୍ଯ୍ୟାଳୟରେ ଆଡଭାଇଜରି ଜାରି ସରିଛି ।
୬. ନମୁନା ଟେଷ୍ଟ ପାଇଁ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁତ ରଖାଯାଇଛି ।
୭. ସ୍ଥାନୀୟ RMRCରେ ଟେଷ୍ଟିଂ ଫାସିଲିଟି ଆରମ୍ଭ ।
୮. ବିମାନ ବନ୍ଦର ଓ ଜଳ ବନ୍ଦରରେ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି ।
୯. ସମସ୍ତ ମେଡିକାଲ କଲେଜ ଓ ହସପିଟାଲ୍ ସମେତ କ୍ୟାପିଟାଲ ହସପିଟାଲରେ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ ରଖା ଯାଇଛି ।
୧୦. ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ ସମେତ ୩ଟି ଟେଲିଫୋନ ନମ୍ବର ଜାରି କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ