ଭୁବନେଶ୍ବର : ତୃତୀୟ ଲହରୀ ବେଶି ବଡ ରୂପ ନ ନେଇ ପାରେ । ହାର୍ଡ ଇମ୍ୟୁନିଟି ଆସିଯାଇଥିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଥିବା ବେଳେ ତୃତୀୟ ଲହର ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନ ସମୟରେ ତୃତୀୟ ଲହର ଏକ ଆକଳନ ମାତ୍ର । ଅର୍ଥାତ ଓଡିଶାକୁ ଆସିବନି ବୋଲି କୁହାଯାଇପାରିବ ନାହିଁ ।
ଡେ଼ଲ୍ଟା ପ୍ଲାସ ଭ୍ୟାରିଏଣ୍ଟରେ ପରିବର୍ତ୍ତନ ଦେଖାଯାଉଛି । ଆଣ୍ଟିବାଡି କକଟେଲ ତାହାର ଇଫିକେସ ଏହା ବିରୋଧରେ ବିଶେଷ କାର୍ଯ୍ୟ କରୁନାହିଁ । ଟୀକା କାର୍ଯ୍ୟ କରିବ କି ନାହିଁ ଏପରି କିଛି ଚର୍ଚ୍ଚା କେବଳ ଆକଳନ । ତେବେ ଖବର ଆସୁଛି କି ସ୍ପଟାନିକ ଭି ଡେ଼ଲ୍ଟା ପ୍ଲାସ ଭେରୀଏଣ୍ଟ ପାଇଁ ବୁସ୍ଟର ଡୋଜ ଆଣୁଛନ୍ତି ଯାହା ସମ୍ପୂର୍ଣ୍ଣ ଏହା ବିରୋଧରେ କାର୍ଯ୍ୟ କରିବ ।
ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବେ କି ନାହିଁ ସେନେଇ ହୁ(who) ଏମ୍ସର ତତ୍ତ୍ବାବଧାନରେ ଭାରତରେ ଗୋଟିଏ ଷ୍ଟଡି କରିଛନ୍ତି । ଦିଲ୍ଲୀ ଅରବାନ ଓ ଦିଲ୍ଲୀ ରୁରାଲ, ଭୁବନେଶ୍ୱର ଗୋରଖପୁର ଅଗ୍ରତାଲା ଭଳି 5 ଟି ସ୍ଥାନରେ 10 ହଜାର ଲୋକଙ୍କୁ ଷ୍ଟଡି କରାଯାଇଛି । ଯେଉଁଥି ପାଇଁ ସାମ୍ନାକୁ ଆସିଛି ଯେ ପିଲାଙ୍କର ମଧ୍ୟ ଆଣ୍ଟିବାଡି ବହୁତ ଡେଭଲପ ହୋଇଛି । ତେଣୁ ସେମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ନାହିଁ । ଯଦି ଆକ୍ରାନ୍ତ ହେବେ ସେମାନଙ୍କର ଇମ୍ୟୁନିଟି ଲେବୁଲ ଅଧିକ ରହୁଥିବାରୁ ବେସି ମାରାତ୍ମକ ହେବ ନାହିଁ । ଏବଂ ଏହା ବାଦ ମଧ୍ୟ ଦେଖାଯାଇଛି ଯେ ଗ୍ରାମାଞ୍ଚଳରେ ବି ଲୋକଙ୍କର ଆଣ୍ଟିବାଡି ଡେଭଲପ ହୋଇଛି । ଯାହା ଦ୍ୱାରା ଦ୍ୱିତୀୟ ଲହରରେ ଆକଳନ ଠାରୁ କମ କ୍ଷତକ୍ଷତି ହେଲା । ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ