ETV Bharat / city

‘ରାଜ୍ୟରେ ଚାଲିଛି କପି-ପେଷ୍ଟ ସରକାର’ - Ashirwad scheme of state govt

ରାଜ୍ୟ ସରକାରଙ୍କୁ ବିଜେପି ନେତା ଗୋଲକ ମହାପାତ୍ରଙ୍କ କଟାକ୍ଷ । କେନ୍ଦ୍ର ଯୋଜନାକୁ କପି କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ଚଳାଇ ନ ପାରି ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ଅଧିକ ପଢନ୍ତୁ...

‘ରାଜ୍ୟରେ ଚାଲିଛି କପି-ପେଷ୍ଟ ସରକାର: କେନ୍ଦ୍ର ଯୋଜନାକୁ କପି କରୁଛନ୍ତି, କିନ୍ତୁ ଚଲାଇ ପାରୁନାହାନ୍ତି’

author img

By

Published : Sep 14, 2021, 10:28 PM IST

ଭୁବନେଶ୍ବର: ରାଜ୍ୟ ସରକାର ହେଉଛନ୍ତି କପି-ପେଷ୍ଟ ସରକାର । ରାଜ୍ୟରେ ଥିବା BJD ସରକାର ସବୁବେଳେ କେନ୍ଦ୍ର ସରକାରଙ୍କ ଯୋଜନାକୁ କପି କରନ୍ତି। କେନ୍ଦ୍ର ସରକାର ଯେଉଁ ଯୋଜନା ପ୍ରସ୍ତୁତ କରନ୍ତି ସେଥିରେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଁ ନେଇଯିବେ ସେଥିପାଇଁ ରାଜ୍ୟ ସରକାର ମଧ୍ୟ ନିଜେ ଗୋଟିଏ ଅନୂରୁପ ଯୋଜନା ପ୍ରଣୟନ କରନ୍ତି । କିନ୍ତୁ କୌଣସି ଯୋଜନାକୁ ସଠିକ ଭାବରେ ଚଳାଇ ନ ପାରିି ବନ୍ଦ କରିବାକୁ ବାଧ୍ୟ ହୁଅନ୍ତି । ଆର୍ଶୀବାଦ ଯୋଜନା ହେଉଛି ତାହାର ଉଦାହରଣ । ଏପରି ଭାବେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

‘ରାଜ୍ୟରେ ଚାଲିଛି କପି-ପେଷ୍ଟ ସରକାର: କେନ୍ଦ୍ର ଯୋଜନାକୁ କପି କରୁଛନ୍ତି, କିନ୍ତୁ ଚଲାଇ ପାରୁନାହାନ୍ତି’

ଗୋଲକ କହିଛନ୍ତି, ରାଜ୍ୟ ସରକାର ଲୋକଙ୍କ ହିତରେ ନୁହେଁ । ପ୍ରକୃତ କଥା ହେଉଛି ରାଜ୍ୟ ସରକାର କୋଭିଡ ମୃତ୍ୟୁ ସଂଖ୍ୟା ଲୁଚାଇଛନ୍ତି । ପ୍ରଥମ ଲହରରେ ରାଜ୍ୟରେ କୋଭିଡରେ 20 ହଜାର ଲୋକ ପ୍ରାଣ ହରାଇଥିବାବେଳେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ମାତ୍ର 1800 ଦେଖେଇଛନ୍ତି ରାଜ୍ୟ ସରକାର ।

ସେହିପରି ଦ୍ବିତୀୟ ଲହରରେ ମଧ୍ୟ ଆକ୍ରାନ୍ତଙ୍କ ମୃତ୍ୟୁ ସରକାରୀ ସଂଖ୍ୟା ଠାରୁ ଢେର ଅଧିକ । ବର୍ତ୍ତମାନ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିଲାଣି ଆଉ ରାଜ୍ୟ ସରକାର କୋଭିଡ ମୃତ୍ୟୁ ତଥ୍ୟ ଲୁଚାଇ ପାରିବେ ନାହିଁ । ସେଥିପାଇଁ ଟଙ୍କା କେଉଁଠୁ ଆଣିବେ ବୋଲି ଚିନ୍ତାରେ ପଡିବା ସହ ରାଜ୍ୟ ସରକାର ଯୋଜନା ବନ୍ଦ କରିବା ଆରମ୍ଭ କିରଥିବା ଅଭିଯୋଗ କରିଛନ୍ତି ଗୋଲକ । କୋଭିଡରେ ପିତାମାତା ହରାଇଥିବା ପିଲାଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଆର୍ଶୀବାଦ ଯୋଜନା ବନ୍ଦ କରିବା ନିଷ୍ପତ୍ତି ତାର ଏକ ଉଦାହରଣ ବୋଲିି କହିଛନ୍ତି ଗୋଲକ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.