ETV Bharat / city

ସମବାୟ ନିର୍ବାଚନ, ଭୋଟ ଦେବେ 30 ଲକ୍ଷ 90 ହଜାର ଭୋଟର - ସମବାୟ ନିର୍ବାଚନରେ

ଆସନ୍ତା ଜୁନ 19 ଓ 26 ତାରିଖରେ 7 ହଜାର 76 ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ । ଏଥିରୁ 15 ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇ 132ଟି ସେଣ୍ଟ୍ରାଲ ସମବାୟ ସମିତିକୁ ଯିବେ । ସେଥିରୁ 15 ଜଣ ନିର୍ଦ୍ଦେଶକ ଆପେକ୍ସ ବଡିକୁ ଯାଇ 21 ଜଣ ନିର୍ଦ୍ଦେଶକ ନିର୍ବାଚିତ କରିବେ । ଅଧିକ ପଢନ୍ତୁ

ଭୋଟ ଦେବେ 30 ଲକ୍ଷ ଭୋଟର
ଭୋଟ ଦେବେ 30 ଲକ୍ଷ ଭୋଟର
author img

By

Published : Apr 5, 2022, 6:07 PM IST

ଭୁବନେଶ୍ବର: ଆସନ୍ତା ଜୁନ 19 ଓ 26 ତାରିଖରେ 7 ହଜାର 76 ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ । ଏଥିରୁ 15 ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇ 132ଟି ସେଣ୍ଟ୍ରାଲ ସମବାୟ ସମିତିକୁ ଯିବେ । ସେଥିରୁ 15 ଜଣ ନିର୍ଦ୍ଦେଶକ ଆପେକ୍ସ ବଡିକୁ ଯାଇ 21 ଜଣ ନିର୍ଦ୍ଦେଶକ ନିର୍ବାଚିତ କରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁନ୍ଦରଲାଲ ସିଲ ।

ସମବାୟ ନିର୍ବାଚନ, ଭୋଟ ଦେବେ 30 ଲକ୍ଷ ଭୋଟର

ପ୍ରାଥମିକ ସମବାୟ ସମିତି ନିର୍ବାଚନର ତିନି ମାସ ପରେ ସେଣ୍ଟ୍ରାଲ ସମବାୟ ସମିତି ନିର୍ବାଚନ । ତା 3 ମାସ ପରେ ଆପେକ୍ସ ବଡି ନିର୍ବାଚନ ହେବ । ପ୍ରାଥମିକ, ସେଣ୍ଟ୍ରାଲ ଓ ଆପେକ୍ସକୁ ମିଶାଇ ରାଜ୍ୟରେ ସମୁଦାୟ 7 ହଜାର 229 ସମବାୟ ସମିତି ଅଛି । ଯେଉଁଥିରେ ରାଜ୍ୟ ସରକାରଙ୍କ 5ଟି ବିଭାଗ ରହିଛି । ଏଥିରେ ସମବାୟର 4 ହଜାର 152, ହସ୍ତତନ୍ତ ଓ ବୟନଶିଳ୍ପର 803, ମତ୍ସ୍ୟ ସମ୍ପଦର 1 ହଜାର 912, MSMEର 208 ଓ ଆୟୁଷର ଗୋଟିଏ ସମବାୟ ସମିତି ଅଛି ।

ଏଯାଏଁ 30 ଲକ୍ଷ 90 ହଜାର 105 ଚାଷୀ ଭୋଟର ଅଛନ୍ତି । କିଛି ଭୋଟରଙ୍କ ଲିଷ୍ଟ ଅପଡେଟ ନଥିବାରୁ କଟିବ । ଆସନ୍ତା ଦୁଇ ମାସ ଭିତରେ 3 ହଜାର 892 ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଟ୍ରେନିଂ ଦେବେ ଜିଲ୍ଲା ସମବାୟ ନିର୍ବାଚନ ଅଧିକାରୀ । ଏହି ନିର୍ବାଚନ ଅଧିକାରୀମାନେ ସମବାୟ ସମିତିସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବେ । ନୋଟିସକୁ ପ୍ରଚାର ପ୍ରସାର ପାଇଁ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଲଗାଯିବ । ସେମାନେ ନୂଆ ଭୋଟର ତଥ୍ୟ ମାଗିବାଠାରୁ ଆରମ୍ଭ କରି ନିର୍ବାଚନର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ । ନିର୍ବାଚନରେ ଦଳୀୟ ଚିହ୍ନ ରହିବ ନାହିଁ । ଶେଷରେ 15 ଦିନ ପରେ ସମବାୟ ସମିତିର ସଭାପତି ଓ ଉପସଭାପତି ପାଇଁ ନିର୍ବାଚନ ହେବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.