ETV Bharat / city

ସଶକ୍ତ ହେବ ସମବାୟ, ସହଜରେ ମିଳିବ ଋଣ

ସମବାୟ ବିଭାଗକୁ କରାଯିବ ସୁଦୃଢ । ସହଜ ହେବ ସମସ୍ତ ବ୍ୟବସ୍ଥା । ଚାଷୀଙ୍କ ବିକାଶ ସହ ସମବାୟ ବିଭାଗକୁ ସରଳ କରିବା ପାଇଁ ପ୍ରସ୍ତୁତ କରାଯିବ ରୋଡ଼ ମ୍ୟାପ ।

author img

By

Published : Oct 30, 2019, 3:55 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସଶକ୍ତ ହେବ ସମବାୟ ବିଭାଗ । ଚାଷୀଙ୍କୁ ସହଜରେ ମିଳିବ ଋଣ । ରାଜ୍ୟରେ ସମସ୍ତ ସମବାୟ ସଂସ୍ଥା ମାଧ୍ୟମରେ ଋଣ ପ୍ରଦାନ ନିମନ୍ତେ ଖୁବଶୀଘ୍ର ରୋଡ ମ୍ୟାପ ପ୍ରସ୍ତୁତ କରାଯିବ। ମଙ୍ଗଳବାର ନାବାର୍ଡ ଅଧିକାରୀଙ୍କ ସହ ଅନୁଷ୍ଠିତ ବୈଠକରେ ଏନେଇ ସୂଚନା ଦେଇଛନ୍ତି ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ସମବାୟ ସଂସ୍ଥା ଗୁଡିକର ସାମଗ୍ରିକ ବିକାଶ କରାଯିବା ସହ ସମବାୟ ସଂସ୍ଥା ଗୁଡିକର କାର୍ଯ୍ୟଦକ୍ଷତା ଓ ଆର୍ଥିକ ସ୍ଥିତିରେ ବ୍ୟାପକ ସୁଧାର ଅଣାଯିବ। ବ୍ୟାଙ୍କ ଗୁଡ଼ିକରେ ଜମାରାଶି, ଜମା ଓ ଋଣର ଅନୁପାତ, ଋଣପ୍ରଦାନ, ପୁଞ୍ଜିନିବେଶ ଆଦି ବିଷୟରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସଶକ୍ତ ହେବ ସମବାୟ ବିଭାଗ।ଚାଷୀଙ୍କୁ ଋଣ ପ୍ରଦାନ ନେଇ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯିବ।

Body:ସଶକ୍ତ ହେବ ସମବାୟ ବିଭାଗ।ଚାଷୀଙ୍କୁ ସହଜରେ ମିଳିବ ଋଣ।ରାଜ୍ୟରେ ସମସ୍ତ ସମବାୟ ସଂସ୍ଥା ମାଧ୍ୟମରେ ଋଣ ପ୍ରଦାନ ନିମନ୍ତେ ଖୁବଶୀଘ୍ର ରୋଡ ମ୍ୟାପ ପ୍ରସ୍ତୁତ କରାଯିବ।ମଙ୍ଗଳବାର ନାବାର୍ଡ ଅଧିକାରୀ ଙ୍କ ସହ ଅନୁଷ୍ଠିତ ବୈଠକରେ ଏନେଇ ସୂଚନା ଦେଇଛନ୍ତି ସମବାୟ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।ସମବାୟ ସଂସ୍ଥା ଗୁଡିକର ସାମଗ୍ରିକ ବିକାଶ କରାଯିବ।ସମବାୟ ସଂସ୍ଥା ଗୁଡିକର କାର୍ଯ୍ୟଦକ୍ଷତା ଓ ଆର୍ଥିକ ସ୍ଥିତିରେ ବ୍ୟାପକ ସୁଧାର ଅଣାଯିବ।ବ୍ୟାଙ୍କ ଗୁଡ଼ିକରେ ଜମାରାଶି ,ଜମା ଓ ଋଣର ଅନୁପାତ ,ଋଣପ୍ରଦାନ,ପୁଞ୍ଜିନିବେଶ ଆଦି ବିଷୟରେ ଆଲୋଚନା ହୋଇଥିଲା।

କୃଷି କ୍ଷେତ୍ରରେ ଫସଲ ଋଣ ପ୍ରଦାନ ଦିଗରେ ସମବାୟ ସଂସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।ନାବାର୍ଡ ପକ୍ଷରୁ ଓଡ଼ିଶାର ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକର ଇନ୍ସପେକ୍ସନ ରିପୋର୍ଟ ଉପରେ ଆଲୋଚନା କରିବା ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି କି ବିଭାଗ ପକ୍ଷରୁ ପ୍ରତ୍ୟେକ ସମବାୟ ବ୍ୟାଙ୍କର ସମୀକ୍ଷା କରାଯାଉଛି।ଏଥି ସହିତ ପ୍ରାଥମିକ କୃଷି ସମବାୟ ସମିତିର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଦିଗରେ ନାବାର୍ଡ ପକ୍ଷରୁ ନିର୍ଦ୍ଦିଷ୍ଟ ପ୍ରସ୍ତାଵ ଦେବା ପାଇଁ ନାବାର୍ଡ କୁ ଅନୁରୋଧ କରିଥିଲେ ବିଭାଗୀୟ ମନ୍ତ୍ରୀ।

ବୈଠକରେ ସମବାୟ ସଂସ୍ଥା ମାଧ୍ୟମରେ ଋଣ ପ୍ରଦାନର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିବା ବେଳେ ନିୟମିତ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ କରି ଏ ସମ୍ପର୍କରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉପରେ ଗରୁତ୍ବ ପ୍ରଦାନ କରାଯାଇଥିଲା।ପ୍ରାଥମିକ ସମବାୟ ସମିତି ଗୁଡିକରେ ନିୟମିତ ଅଡିଟ କରିବା ଓ ବକେୟା ଅଡିଟଗୁଡ଼ିକ ସମ୍ପୂର୍ଣ୍ଣ କରିବା ଏବଂ ସମବାୟ ବ୍ୟାଙ୍କ ର ଅଧିକାରୀ ଓ କର୍ମଚାରୀ ମାନେ ପେଶାଦାର ଢଙ୍ଗରେ କାର୍ଯ୍ୟକରି କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଦିଗରେ ନାବାର୍ଡ ନିକଟରେ ଉପଲବ୍ଧ ଡିଜିଟାଲ ପ୍ଲାଟଫର୍ମ ରେ ଉପଲବ୍ଧ ଡାଟା ମ୍ୟାନେଜମେଣ୍ଟ ସିଷ୍ଟେମ ଆଦିର ପ୍ରୟୋଗ ସମ୍ପର୍କରେ ନାବାର୍ଡ ଚିଫ ଜେନେରାଲ ମ୍ୟାନେଜର ଏ ଚନ୍ଦ୍ରଶେଖର ବୈଠକରେ ପ୍ରକାଶ କରିଥିବା ବେଳେ ମନ୍ତ୍ରୀ ଏହି ଜ୍ଞାନକୌଶଳ ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିଲେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.