ETV Bharat / city

ଲମ୍ପି ସ୍କିନ୍ ପ୍ରତିରୋଧ ପାଇଁ ସବୁ ଜିଲ୍ଲାରେ ଖୋଲିବ କଣ୍ଟ୍ରୋଲ ରୁମ୍

ଲମ୍ପି ସ୍କିନ୍ ପ୍ରତିରୋଧ ପାଇଁ ସବୁ ଜିଲ୍ଲାରେ ଖୋଲିବ କଣ୍ଟ୍ରୋଲ ରୁମ୍ । ନିର୍ଦ୍ଦେଶ ଦେଲେ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ

ଲମ୍ପି ସ୍କିନ୍ ପ୍ରତିରୋଧ ପାଇଁ ସବୁ ଜିଲ୍ଲାରେ ଖୋଲିବ କଣ୍ଟ୍ରୋଲ ରୁମ୍
ଲମ୍ପି ସ୍କିନ୍ ପ୍ରତିରୋଧ ପାଇଁ ସବୁ ଜିଲ୍ଲାରେ ଖୋଲିବ କଣ୍ଟ୍ରୋଲ ରୁମ୍
author img

By

Published : Sep 17, 2022, 8:33 AM IST

ଭୁବନେଶ୍ବର: ପଡ଼ୋଶୀ ରାଜ୍ୟ ସମେତ ଦେଶର କିଛି ରାଜ୍ୟରେ ଗୋମହିଷାଦି ଚର୍ମବିଣ୍ଡି (Lumpy skin) ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ ଦିଗରେ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି । ଲମ୍ପି ସ୍କିନ୍‌ ପ୍ରତିରୋଧ ପାଇଁ ସମସ୍ତ ଜିଲ୍ଲାରେ ଖୋଲିବ କଣ୍ଟ୍ରୋଲ ରୁମ୍ । ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି । କୃଷି ଭବନରେ ଆୟୋଜିତ ବୈଠକରେ ମନ୍ତ୍ରୀ ବିଭିନ୍ନ ଜିଲ୍ଲାର ସଦ୍ୟତମ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ପଡ଼ୋଶୀ ରାଜ୍ୟରୁ ଆମ ରାଜ୍ୟର ଗୋମହିଷାଦିଙ୍କୁ ଯେପରି ଚର୍ମବିଣ୍ଡି ରୋଗ ବ୍ୟାପି ନ ପାରେ ସେଥିପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଲମ୍ପି ସ୍କିନ୍ ପ୍ରତିରୋଧ ପାଇଁ ସବୁ ଜିଲ୍ଲାରେ ଖୋଲିବ କଣ୍ଟ୍ରୋଲ ରୁମ୍

ଏହି ପରିପ୍ରେକ୍ଷୀରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସାଳୟ ନିର୍ଦ୍ଦେଶାଳୟ ସମେତ ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲିବା ପାଇଁ ମନ୍ତ୍ରୀ କହିଛନ୍ତି । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ୧୪ଟି ସୀମାବର୍ତ୍ତୀ ଜିଲ୍ଲାର ସିଡ଼ିଭିଓମାନଙ୍କୁ ଚର୍ମବିଣ୍ଡି ରୋଗ (Lumpy skin) ପ୍ରତିରୋଧ ନିମନ୍ତେ ମାର୍ଗଦର୍ଶିକା ପଠାଯାଇଛି । ଏ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ସାମିଲ କରି ଚର୍ମବିଣ୍ଡି ରୋଗର ଲକ୍ଷଣ ଓ ନିରାକରଣ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଛନ୍ତି ଏହା କହିଛନ୍ତି ।ପ୍ରଭାବିତ ପଡ଼ୋଶୀ ରାଜ୍ୟର ପ୍ରାଣୀ ସଂପଦ ବିକାଶ ବିଭାଗର ସଚିବଙ୍କ ସହିତ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ସଚିବ ନିୟମିତ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ନୀତିଶଙ୍କ ପ୍ରସ୍ତାବ ଉପରେ ଟିପ୍ପଣୀ ଦେବାର ସମୟ ଆସିନି: ବିଜେଡି

ସେହିପରି ସୀମାବର୍ତ୍ତୀ ଜିଲ୍ଲାର ସିଡ଼ିଭିଓମାନେ ପଡ଼ୋଶୀ ରାଜ୍ୟର ସିଡ଼ିଭିଓମାନଙ୍କ ସହିତ ନିୟମିତ ସଂପର୍କରେ ରହି ସେଠାକାର ସ୍ଥିତିର ଅନୁଧ୍ୟାନ କରିବା ସହିତ ସେଠାରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅବଗତ ହେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗରେ ଉପଲବ୍ଧ ଥିବା ଭ୍ୟାକ୍ସିନକୁ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଆଗୁଆ ମହଜୁଦ୍ ରଖିବା ପାଇଁ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକଙ୍କୁ କୁହାଯାଇଛି । ସିଡ଼ିଭିଓମାନେ ସମ୍ବେଦନଶୀଳ ଗ୍ରାମପଞ୍ଚାୟତ ଓ ଗ୍ରାମର ତାଲିକା ଓ ସେଠାରେ ଥିବା ଗୋମହିଷାଦିଙ୍କ ଟୀକାକରଣ ନିମନ୍ତେ ବିସ୍ତୃତ ସୂଚନା ତୁରନ୍ତ ବିଭାଗକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରାଣୀସଂପଦ ବିକାଶର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ । ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରମାନେ ଉପସ୍ଥିତ ଥିଲେ । ସମସ୍ତ ଜିଲ୍ଲାର ସିଡ଼ିଭିଓ, ଏଡ଼ିଭିଓମାନେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.