ଭୁବନେଶ୍ବର: ଠିକା କର୍ମଚାରୀଙ୍କ ଉପରେ କମ୍ପାନୀର ଜୁଲୁମ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରର ରେଳବାଇ ମାଲଗୋଦାମ ଡିପୋରେ । ସୂଚନାନୁସାରେ ମହାଲକ୍ଷ୍ମୀ ଏଣ୍ଟରପ୍ରାଇଜର୍ସ ଅଧୀନରେ କାର୍ଯ୍ୟରତ ଥିବା C&W ଠିକା କର୍ମଚାରୀଙ୍କର ୨୦୧୭ ମସିହାରୁ ମାସିକ ୨ ଦିନର ଉପସ୍ଥାନ କାଟିବା, ସେମାନଙ୍କୁ ଠିକ ସମୟରେ ଦରମା ପ୍ରଦାନ ନ କରିବା ଏବଂ ସେମାନଙ୍କୁ ମନମୁଖୀ ଭାବେ କାର୍ଯ୍ୟରୁ ଛଟେଇ କରିବା ଆଦିକୁ ନେଇ ବିରୋଧ କରିଛନ୍ତି ଠିକା କର୍ମଚାରୀ ।
ସେପଟେ ଏହି ଘଟଣାରେ ଭୁବନେଶ୍ବରସ୍ଥିତ ସତ୍ୟନଗର ଓଭର ବ୍ରିଜ ନିକଟରେ ଥିବା ମାଲଗୋଦାମ ଡିପୋ ନିକଟରେ ଥିବା C&Wର ଠିକା କର୍ମଚାରୀ ଓ ଅଖିଳ ଭାରତୀୟ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଠିକା କର୍ମଚାରୀମାନେ ଅନେକ ସମୟରେ ଠିକା କମ୍ପାନୀ ଓ ରେଳବାଇର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା ସତ୍ତ୍ବେ କୌଣସି ସୁଫଳ ମିଳି ନଥିବା କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ