ETV Bharat / city

ସରକାରୀ ମେଡ଼ିକାଲ କଲେଜକୁ ମିଳୁନାହାନ୍ତି ଚୁକ୍ତିଭିତ୍ତିକ ପ୍ରଫେସର - ଓଡିଶା ସରକାରୀ ମେଡିକାଲ କଲେଜ ପ୍ରଫେସର ସମସ୍ୟା

ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜକୁ ମିଳୁନାହାନ୍ତି ଚୁକ୍ତିଭିତ୍ତିକ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର । DMET କହିଲେ ନିୟମ ଅନୁଯାୟୀ ଆବେଦନକାରୀଙ୍କ ଦକ୍ଷତା କମ୍ ରହୁଛି । ଅଧିକ ପଢନ୍ତୁ

ସରକାରୀ ମେଡ଼ିକାଲ କଲେଜକୁ ମିଳୁନାହାନ୍ତି ଚୁକ୍ତିଭିତ୍ତିକ ପ୍ରଫେସର

author img

By

Published : Jun 4, 2022, 7:45 PM IST

ଭୁବନେଶ୍ବର: ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜକୁ ମିଳୁନାହାନ୍ତି ଚୁକ୍ତିଭିତ୍ତିକ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର । ନୂଆ ମେଡ଼ିକାଲ କଲେଜ ସମେତ ଅନ୍ୟାନ୍ୟ ମେଡ଼ିକାଲ କଲେଜ ପାଇଁ ଚୁକ୍ତିଭିତ୍ତିକ ପ୍ରଫେସର ପାଇଁ ପ୍ରକାଶ ପାଇଥିଲା ନିଯୁକ୍ତି ପତ୍ର । ହେଲେ ନିଯୁକ୍ତି ସରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଅନେକ ପଦବୀ ଖାଲି ପଡ଼ିଛି ।

ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଠାରୁ ଆରମ୍ଭ କରି ପ୍ରଫେସର ଅଭାବ ରହିଛନ୍ତି । ହେଲେ ଚୁକ୍ତିଭିତ୍ତିକ ପ୍ରଫେସର ପାଇଁ ଖାଲି ପଡ଼ିଛି ପଦବୀ । 10 ଟି ସରକାରୀ ମେଡ଼ିକାଲ କଲେଜରେ 50 ପ୍ରଫେସର ଓ 144 ଅସୋସିଏଟ ପ୍ରଫେସର ପଦବୀ ଖାଲି ପଡ଼ିଛି । ଏନେଇ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଡିଏମଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆବଶ୍ୟକ ଥିବା 50 ପଦବୀ ପାଇଁ ମାତ୍ର 10 ଜଣ ଆବେଦନ କରିଥିବାବେଳେ 144 ଅସୋସିଏଟ ପଦବୀ ପାଇଁ 104 ଜଣ ଆବେଦନ କରିଥିବା ସୂଚନା ମିଳିଛି । ସାକ୍ଷାତକାରରେ ଅନେକ ପ୍ରଫେସର ଆସିନଥିବାରୁ ଜଣେ ପ୍ରଫେସର ଏବଂ 10 ଜଣ ଅସୋସିଏଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି । ଏଭଳି ଘଟଣା ଏବେ ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତା ବଢ଼ାଇ ଦେଇଛି ।

ସରକାରୀ ମେଡ଼ିକାଲ କଲେଜକୁ ମିଳୁନାହାନ୍ତି ଚୁକ୍ତିଭିତ୍ତିକ ପ୍ରଫେସର
ତଥ୍ୟ ଅନୁସାରେ, ରାଜ୍ୟରେ ଏସସିବି ମେଡ଼ିକାଲ କଲେଜରେ 16ଟି ପ୍ରଫେସର, 42 ଟି ଆସୋସିଏଟ ପ୍ରଫେସର, ଏମକେସିଜି ପାଇଁ 5 ପ୍ରଫେସର, 31 ଆସୋସିଏଟ ପ୍ରଫେସର, ଏମଏନଏନ ମେଡ଼ିକାଲ କଲେଜରେ 4 ପ୍ରଫେସର 11 ଜଣ ଆସୋସିଏଟ ପ୍ରଫେସର, ପିଆରଏମ ମେଡ଼ିକାଲ କଲେଜରେ 4 ପ୍ରଫେସର 8 ଆସୋସିଏଟ ପ୍ରଫେସର, ଏଫଏମ ମେଡ଼ିକାଲ କଲେଜରେ 8 ପ୍ରଫେସର 11 ଜଣ ଆସିଷ୍ଟାଣ୍ଟ ପ୍ରଫେସର, ବିବିଏମସିଏଚରେ 4 ପ୍ରଫେସର 10 ଜଣ ଆସୋସିଏଟ ପ୍ରଫେସର, ଏସଜେଏମସିଏଚ ରେ 4 ପ୍ରଫେସର 10 ଆସୋସିଏଟ ପ୍ରଫେସର, ସୁନ୍ଦରଗଡ ଓ କେନ୍ଦୁଝର ମେଡ଼ିକାଲ କଲେଜରେ ଜଣେ ଲେଖାଏଁ ପ୍ରଫେସର 6 ଓ 7 ଜଣ ଆସୋସିଏଟ ପ୍ରଫେସର ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରଫେସର ଓ ଆସୋସିଏଟ ପ୍ରଫେସରଙ୍କୁ ଏନଏମସି ଗାଇଡଲାଇନ ଅନୁସାରେ ପ୍ରଫେସରଙ୍କୁ 1 ଲକ୍ଷ 25 ହଜାର ଓ ଆସୋସିଏଟ ପ୍ରଫେସରଙ୍କୁ 1 ଲକ୍ଷ ଟଙ୍କା ଦରମାରେ ନିଯୁକ୍ତି ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ DMET ରାଧାରମଣ ମହାନ୍ତି କହିଛନ୍ତି ଯେ, ପ୍ରଫେସର ଓ ଆସୋସିଏଟ ପ୍ରଫେସର ନିଯୁକ୍ତି ନେଇ ଅନେକ କ୍ରାଇଟେରିଆ ରହିଛି । ସେହି ପଦବୀରେ 3 ରୁ 4 ବର୍ଷ କାମ କରିଥିବେ । 2 ରୁ 3 ଟି ରିସର୍ଚ୍ଚ ପେପର କାମ କରିଥିବେ । ବେସିକ ମେଡ଼ିକାଲ ଏଜୁକେସନରେ ସେମାନଙ୍କର ସାର୍ଟିଫିକେଟ ରହିବା ଦରକାର । ଏସବୁ ଭିତରେ ଯେଉଁମାନଙ୍କର ଏ ସମସ୍ତ କ୍ରାଇଟେରିଆ ନଥିବ ସେମାନଙ୍କର ନିଯୁକ୍ତି ପ୍ରକ୍ରିୟା ହୋଇପାରିବ ନାହିଁ । ଏହି କାରଣରୁ ଅନେକ ନିଯୁକ୍ତିରେ ସମସ୍ୟା ସୃଷ୍ଟି ହୋଇଥିବା ରାଧାରମଣ କହିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.