ETV Bharat / city

10 ଦଫା ଦାବି ନେଇ ରାଜଧାନୀରେ ଗର୍ଜିଲେ ହଜାର ହଜାର ଠିକାଦାର

author img

By

Published : Nov 25, 2019, 5:35 PM IST

ସରକାରଙ୍କ ବିଭିନ୍ନ ପ୍ରକାର ଠିକାଦାର ବିରୋଧୀ ଓ ଶ୍ରମିକ ମାରଣ ନିୟମକୁ ବିରୋଧ କରିବା ସହ ଏହାର ତୁରନ୍ତ ପ୍ରତ୍ୟାହାର କରି ନୂତନ ନିୟମ ପ୍ରଚଳନ କରିବାକୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଠିକାଦାର ।

10 ଦଫା ଦାବି ନେଇ ରାଜଧାନୀରେ ଗର୍ଜିଲେ ହଜାର ହଜାର ଠିକାଦାର

ଭୁବନେଶ୍ବର: ରାଜଧାନୀରେ ହଜାର ହଜାର ଠିକାଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାରଙ୍କ ବିଭିନ୍ନ ପ୍ରକାର ଠିକାଦାର ବିରୋଧୀ ଓ ଶ୍ରମିକ ମାରଣ ନିୟମକୁ ବିରୋଧ କରିବା ସହ ଏହାର ତୁରନ୍ତ ପ୍ରତ୍ୟାହାର କରି ନୂତନ ନିୟମ ପ୍ରଚଳନ କରିବାକୁ ଠିକାଦାର ମାନେ ଦାବି କରିଛନ୍ତି ।

ତେବେ ରାଜ୍ୟରେ କାର୍ଯ୍ୟ କରୁଥିବା ହଜାର ହଜାର ଠିକାଦାର ଅନେକ ବର୍ଷଧରି ସରକାରୀ ଅବହେଳାର ଶିକାର ହୋଇଆସୁଥିବା ଅଲ ଓଡିଶା କଣ୍ଟ୍ରାକ୍ଟର ଆସୋସିଏସନର ସଭାପତି ପ୍ରଭାତ ଦାସ କହିଛନ୍ତି । ଏହା ବିରୁଦ୍ଧରେ ସେମାନେ ଅନେକ ଥର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି ସରକାର ଦୃଷ୍ଟି ନହାନ୍ତି । ଏପରିକି ଏହା ବିରୁଦ୍ଧରେ ହାଇକୋର୍ଟରେ ଆଶ୍ରୟ ନେଇ ନିଜ ସପକ୍ଷରେ ରାୟ ଆସିଥିବା ବେଳେ ସରକାର ଏହାକୁ ପାଳନ କରୁ ନଥିବାବେଳେ ଅନ୍ୟ ପ୍ରଦେଶର ଠିକାଦାରମାନଙ୍କୁ ଅତ୍ୟନ୍ତ ସହାନୁଭୂତି ପ୍ରଦାନ କରୁଥିବା ସେ ଅଭିଯୋଗ କରିଛନ୍ତି ।

ଓଡିଶା ଠିକାଦାରମାନଙ୍କୁ ସିଡୁଲ ରେଟ ଠାରୁ 14.99ପ୍ରତିଶତ କମ ରେଟରେ କାର୍ଯ୍ୟକରିବାକୁ ବାଧ୍ୟ କରୁଥିବାବେଳେ ସେମାନଙ୍କୁ 100 ରୁ 300 ପ୍ରତିଶତ ଅଧିକ ରେଟ ଦେଇ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଉଛି ବୋଲି କହିଛନ୍ତି । ସେହିପରି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ କିପରି ସହଜରେ ପଞ୍ଜିକୃତ ହିସାବରେ ମିଳିବ ସେ ବ୍ୟବସ୍ଥା ନକରି ଏହା କେଉଁଠୁ ଆସୁଛି ତାହାର ଟ୍ରାନଜିଟ ପାସ ଓ ରସିଦ ସରକାରଙ୍କ ନିକଟରେ ଦାଖଲ କରିବା ପାଇଁ ବାଧ୍ୟ କରୁଛନ୍ତି । ଏପରିକି ଏହା ନକଲେ ସିଡୁଲ ରେଟରୁ 70 ପ୍ରତିଶତ କାଟି ସରକାରୀ ତହବିଲରେ ଜମା କରିଦିଆଯାଉଛି । ଯାହାକି ଗୋଟିଏ ଠିକାଦାରକୁ ତାର କାର୍ଯ୍ୟରୁ ଓହରିଯିବାକୁ ବାଧ୍ୟ କରୁଥିବା ସେ କହିଛନ୍ତି ।

ଏନେଇ ଆଜି ହଜାର ହଜାର ସଂଖ୍ୟକ ଠିକାଦାରମାନେ ଏକାଠି ହୋଇ ରାଜ୍ୟସରକାରଙ୍କ ନିକଟରେ ସେମାନଙ୍କର ମୁଖ୍ୟ 10ଟି ଦାବି ତୁରନ୍ତ ପୂରଣ କରିବାକୁ ଯୁକ୍ତି ରଖିଛନ୍ତି । ନଚେତ ଆଗାମୀ ସାରା ଓଡ଼ିଶାର ଠିକାଦାରମାନେ ସମସ୍ତ ସରକାରୀ କାର୍ଯ୍ୟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜଧାନୀରେ ଏକତ୍ରିତ ହୋଇଛନ୍ତି ହଜାର ହଜାର ଠିକାଦାର।ସେମାନେ ସରକାରଙ୍କ ବିଭିନ୍ନ ପ୍ରକାର ଠିକାଦାର ବିରୋଧୀଓ ଶ୍ରମିକ ମାରଣ ନିୟମକୁ ବିରୋଧ କରିବା ସହ ଏହାର ତୁରନ୍ତ ପ୍ରତ୍ୟାହାର କରି ନୂତନ ନିୟମ ପ୍ରଚଳନ କରିବାକୁ ସେମାନେ ଦାବି କରିଛନ୍ତି।

Body:ଏନେଇ ଅଲ ଓଡିଶା କଣ୍ଟ୍ରାକ୍ଟର ଆସୋସିଏସନର ସଭାପତି ପ୍ରାଭାତ ଦାସ ପ୍ରକାଶ କରିଛନ୍ତି କି ରାଜ୍ୟରେ କାର୍ଯ୍ୟ କରୁଥିବା ହଜାର ହଜାର ଠିକାଦାର ଅନେକ ବର୍ଷଧରି ସରକାରୀ ଅବହେଳାର ଶିକାର ହୋଇ ଆସୁଛନ୍ତି।ଏହା ବିରୁଦ୍ଧରେ ସେମାନେ ଅନେକ ଥର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି ସରକାର ଦୃଷ୍ଟି ଦେଉ ନଥିବା ସେ ପ୍ରକାଶ କରିଛନ୍ତି।ଏପରିକି ଏହା ବିରୁଦ୍ଧରେ ହାଇକୋର୍ଟରେ ଆଶ୍ରୟ ନେଇ ନିଜ ସପକ୍ଷରେ ରାୟ ଆସିଥିବା ବେଳେ ସରକାର ଏହାକୁ ପାଳନ କରୁନଥିବା ସେ କହିଛନ୍ତି।ସେ ଆହୁରି କହିଛନ୍ତି ସରକାର ଅନ୍ୟ ପ୍ରଦେଶର ଠିକାଦାର ମାନଙ୍କୁ ଅତ୍ୟନ୍ତ ସହାନୁଭୂତି ପ୍ରଦାନ କରୁଥିବା ସେ ଅଭିଯୋଗ କରିଛନ୍ତି।ଓଡିଶା ଠିକାଦାରମାନଙ୍କୁ ସିଡୁଲ ରେଟ ଠାରୁ 14.99ପ୍ରତିଶତ କମ ରେଟ ରେ କାର୍ଯ୍ୟକରିବାକୁ ବାଧ୍ୟ କରୁଥିବାବେଳେ ସେମାନଙ୍କୁ 100 ରୁ 300 ପ୍ରତିଶତ ଅଧିକ ରେଟ ଦେଇ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଉଛି ବୋଲି କହିଛନ୍ତି।ସେହିପରି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ କିପରି ସହଜରେ ପଞ୍ଜିକୃତ ହିସାବରେ ମିଳିବ ସେ ବ୍ୟବସ୍ଥା ନକରି ଏହା କେଉଁଠୁ ଆଣୁଛ ତାହାର ଟ୍ରାନଜିଟ ପାସ ଓ ରସିଦ ସରକାରଙ୍କ ନିକଟରେ ଦାଖଲ କରିବା ପାଇଁ ବାଧ୍ୟ କରୁଛନ୍ତି।ଏପରିକି ଏହା ନ କଲେ ସିଡୁଲ ରେଟ ରୁ 70 ପ୍ରତିଶତ କାଟି ସରକାରୀ ତହବିଲ ରେ ଜମା କରିଦିଆଯାଉଛି।ଯାହାକି ଗୋଟିଏ ଠିକାଦାରକୁ ତା ର କାର୍ଯ୍ୟରୁ ଓହରିଯିବାକୁ ବାଧ୍ୟ କରୁଥିବା ସେ କହିଛନ୍ତି।
ତେଣୁ ଆଜି ହଜାର ହଜାର ସଂଖ୍ୟକ ଠିକାଦାର ମାନେ ଏକାଠି ହୋଇ ରାଜ୍ୟସରକାରଙ୍କ ନିକଟରେ ସେମାନଙ୍କର ମୁଖ୍ୟ 10 ଟି ଦାବି ତୁରନ୍ତ ପୂରଣ କରିବାକୁ ଯୁକ୍ତି ରଖିଛନ୍ତି।ନଚେତ ଆଗାମୀ ସାରା ଓଡ଼ିଶାର ଠିକାଦାର ମାନେ ସମସ୍ତ ସରକାରୀ କାର୍ଯ୍ୟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ବାଇଟ-ପ୍ରଭାତ ଦାସ,ସଭାପତି
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.