ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଲାଗିଲା ଏପରି ମେସିନ, ରୋଗୀ ଗୁରୁତର ହେଲେ ଡାକିଦେବ ଡାକ୍ତର

author img

By

Published : Aug 25, 2022, 4:45 PM IST

Updated : Aug 25, 2022, 6:05 PM IST

ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇବାରେ ଗୁରୁତ୍ବ ଦିଆଯାଉଛି । ହସ୍ପିଟାଲରେ ଏଣିକି ରୋଗୀଙ୍କ ଜଗିବ ମେସିନ । ବିପଦରେ ପଡିଲେ ଡାକ୍ତରଙ୍କୁ ନୋଟିଫିକସେନ ମାଧ୍ୟମରେ ଡାକିବ । ଏ ନେଇ ପ୍ରତିଟି ରୋଗୀଙ୍କ ଶଯ୍ୟାରେ ଲାଗିବ ମେସିନ ଡୋଜି Machine Dozee । ଅଧିକ ପଢନ୍ତୁ

କ୍ୟାପିଟାଲ ହସ୍ପିଟାଲରେ ରୋଗୀ ଜଗିବ ମେସିନ, ଲାଗିଲା Dozee

ଭୁବନେଶ୍ବର: ଏଣିକି କ୍ୟାପିଟାଲ ହସ୍ପିଟାଲରେ ରୋଗୀ ଜଗିବ ମେସିନ । ଓ୍ବାର୍ଡରେ ନର୍ସ ନୁହେଁ ମେସିନ ରଖିବ ରୋଗୀଙ୍କ ଉପରେ ନଜର (Contactless health tracker) । ରୋଗୀକୁ ଆବଶ୍ୟକ ପଡୁଥିବା ସେବା ଯୋଗାଇବାକୁ ମଧ୍ୟ ସୂଚନା ଦେବ ମେସିନ ଡୋଜି (Machine Dozee)। ଡିଜିଟାଲ ସିଷ୍ଟମର ଆଧୁନିକ ଢାଞ୍ଚାରେ ନୋଟିଫିକସନ ପଠାଇବା ପରେ ଡାକ୍ତର ବିପଦରେ ଥିବା ରୋଗୀ ନିକଟକୁ ଆସିବେ । ଏଥିଲାଗି ହସ୍ପିଟାଲରେ ଆରମ୍ଭ ହୋଇଛି ପେସେଣ୍ଟ ରିମୋର୍ଟ ମନିଟାରୀ ସିଷ୍ଟମ (remote patient monitoring) ।

ଏହାଦ୍ବାରା କମ ସଂଖ୍ୟକ ସ୍ବାସ୍ଥ୍ୟକର୍ମଚାରୀଙ୍କ ଜରିଆରେ ଅଧିକ ରୋଗୀଙ୍କ ଉପରେ ନଜର ରଖିହେବ । ଗୁରୁତର ହୋଇପଡ଼ିଥିବା ରୋଗୀଙ୍କ ସମ୍ପର୍କରେ ମେସିନ ଡାକ୍ତର କିମ୍ବା ନର୍ସଙ୍କୁ ଜଣାଇବ । ଏନେଇ ସିଏସଆର ଜରିଆରେ ସେଟଅପ୍‌ ହୋଇଛି ମେସିନ ଡୋଜି (Dozee) । ଏହାରି ମାଧ୍ୟମର ରାଜଧାନୀରେ ରିମୋର୍ଟ ମନିଟାରୀ ସିଷ୍ଟମରେ ରୋଗୀ ସେବା ଆରମ୍ଭ ହେବ ।

ମେସିନ ଡୋଜି କଣ ?

ଏହା ଏକ ଡିଜିଟାଲ ପେସେଣ୍ଟ ରିମୋର୍ଟ ମନିଟାରୀ ସିଷ୍ଟମ । ଯାହାକୁ ରୋଗୀର ଓ୍ବାର୍ଡରେ ଲାଗିଥିବା ବେଡରେ ଲାଗିବ । ଏହା ଜରିଆରେ ରୋଗୀର ହୃଦସ୍ପନ୍ଦନ (Heart beat) ଠାରୁ ଶରୀରର ତାପ, ଉଚ୍ଚ ରକ୍ତଚାପ ସହ ଅକ୍ସିଜେନ ସାଚୁରେସନ ଓ ନିଶ୍ବାସପ୍ରଶ୍ବାସର ପ୍ରବାହ ସମ୍ପର୍କରେ କେବଳ କମ୍ପ୍ୟୁଟର ସ୍କ୍ରିନ ଜରିଆରେ ନଜର ରଖିପାରିବେ ଡ୍ୟୁଟିରେ ଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ । ଏପରିକି କେଉଁ ରୋଗୀର କୋଣସି ଅସୁବିଧା ହେଲେ ବା ବ୍ଲଡ ପ୍ରେସରଠୁ ଅକ୍ସିଜେନ ସାଚୁରେସନ ସହ ଶରୀରର ତାପମାତ୍ରା ନିର୍ଦ୍ଧାରିତ ସୀମା ଠାରୁ କମ ବା ଅଧିକ ହେଲେ ଏହି ମେସିନ ଜରିଆରେ ଡ୍ୟୁଟିରେ ଥିବା ନର୍ସକୁ ଆଲର୍ଟ କରିବ ଏହି ମେସିନ ।

ଏହା ବି ପଢନ୍ତୁ- ମାରାତ୍ମକ ନୁହେଁ ଟମାଟୋ ଫ୍ଲୁ, କହିଲେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ

ଫଳରେ ସ୍ବାସ୍ଥ୍ୟକର୍ମଚାରୀ ସିଧାସଳଖ ଯେଉଁ ବେଡର ରୋଗୀର ଅସୁବିଧା ହୋଇଛି ତା' ପାଖରେ ପହଞ୍ଚି ତାକୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେଇପାରିବେ‌। ଏହା ଦ୍ବାରା ଆଉ ଗୋଟିଏ ଓ୍ବାର୍ଡରେ ଅଧିକ ନର୍ସ ବା ଡାକ୍ତର ନିୟୋଜିତ ନ ହୋଇ ଅଧିକ ଓ୍ବାର୍ଡରେ ସେବା ଦେଇପାରିବେ‌ । ଏହା ସହିତ ପ୍ରତିଟି ରୋଗୀର ନିଶ୍ବାସ ପ୍ରଶ୍ବାସ ପ୍ରବାହ ଓ ଦେହର ତାତି କିମ୍ବା ଅକ୍ସିଜେନ ସାଚୁରେସନ ବାରମ୍ବାର ଯାଞ୍ଚ କରିବାକୁ ପଡିବନି । ମେସିନ ସର୍ବଦା ସ୍ବୟଂଚାଳିତ (Automatic) ଭାବେ ଡିଜିଟାଲ ଜରିଆରେ ଯାଞ୍ଚ କରି ସୂଚନା ଦେବ ।

ବେଙ୍ଗାଲୁରୁର ଏକ ସଂସ୍ଥା ଟର୍ଟଲ ସେଲ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ (Turtle Shell Technologies Private Limited) ଏହି ଡୋଜି ମେସିନ ଲଗାଇବାର ବ୍ୟବସ୍ଥା କରିଛି । ଏନେଇ କ୍ୟାପିଟାଲ ହସ୍ପିଟାଲର ମହିଳା, ସର୍ଜରୀ, କାର୍ଡିଆକ ଓ ମେଡିସିନ ଓ୍ବାର୍ଡରେ ୧୦୦ଟି ବେଡରେ ୧୦୦ଟି ମେସିନ ଲଗାଯାଇଛି ‌। ଏହି ସୁବିଧା ଦ୍ବାରା କମ ମାନବ ସମ୍ବଳରେ ଅଧିକ ରୋଗୀ ସେବା ଯୋଗାଇବାରେ ସହାୟକ ହେବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 25, 2022, 6:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.