ETV Bharat / city

ରାଜ୍ୟରେ ବିଜୁଳି ସମସ୍ୟା ଆଉ ନାହିଁ, ପାୱର କଟ ହେବ ନାହିଁ: ଶକ୍ତି ସଚିବ

author img

By

Published : May 18, 2022, 9:54 PM IST

ରାଜ୍ୟରେ ଚାଲିଥିବା ଘନ ଘନ ବିଜୁଳି କାଟ ଓ ଅତ୍ୟଧିକ ବିଲ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟିରେ ଉଦବେଗ ପ୍ରକାଶ ପାଇଛି । ବୈଠକ ପରେ ଏହାକୁ ନେଇ ଶକ୍ତି ସଚିବ ନିକୁଞ୍ଜ ଧଳ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ଶକ୍ତି ସଚିବ
ଶକ୍ତି ସଚିବ

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଘନ ଘନ ବିଜୁଳି କାଟ ଓ ଅତ୍ୟଧିକ ବିଲ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟିରେ ଉଦବେଗ ପ୍ରକାଶ ପାଇଛି । ବୈଠକ ପରେ ଏହାକୁ ନେଇ ଶକ୍ତି ସଚିବ ନିକୁଞ୍ଜ ଧଳ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଶକ୍ତି ସଚିବ ନିକୁଞ୍ଜ ଧଳ କହିଛନ୍ତି ରାତିରେ ବିଜୁଳି କାଟ ନ କରିବା ପାଇଁ ଓ ପାୱାର ଆଉଟେଜକୁ ମିନି ମାଇଜ କରିବା ପାଇଁ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କୁ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟି ପରାମର୍ଶ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସମୟରେ ହେଉଥିବା ବିଜୁଳି କାଟ ଉପରେ ଆଲୋଚନା ହୋଇଛି । ତେବେ ଆମର ମେ ୧ ତାରିଖରୁ ବିଜୁଳି ସମସ୍ୟା ନାହିଁ । ଆମେ ବିଜୁଳିକୁ ନେଇ କିଛି ରେଗୁଲେସନ କରୁନାହୁଁ । କିନ୍ତୁ ବିଦ୍ୟୁତ ବିତରଣ କାରୀ ସଂସ୍ଥା ମାନେ ବିଭିନ୍ନ ମେଣ୍ଟେନାସ ଓ କ୍ୟାପିଟାଲ ୱାର୍କ କରିବା ପାଇଁ ବିଜୁଳି କାଟ କରୁଛନ୍ତି । ତେଣୁ ତାଙ୍କୁ ପରାମର୍ଶ ଦିଆଯାଇଛି ବର୍ତ୍ତମାନ ଖରା ଦିନ ଚାଲିଥିବାରୁ ସେମାନେ ପାୱାର ଆଉଟେଜ କି ମିନି ମାଇଜ କରିବେ । ହାରାହାରି 4400 ରୁ 4500 ମେଗାୱାଟର ଆମର ପିକ ସମୟରେ ଆବଶ୍ୟକ ରହୁଛି ।

ରାଜ୍ୟରେ ବିଜୁଳି ସମସ୍ୟା ଆଉ ନାହିଁ, ପାୱର କଟ ହେବ ନାହିଁ: ଶକ୍ତି ସଚିବ

କିନ୍ତୁ ମେ ୧ ରୁ ସେହି ଆବଶ୍ୟକତାକୁ ପୂରଣ କରି ପାରୁଛୁ ବୋଲି ଶକ୍ତି ସଚିବ କହିଛନ୍ତି । ଏହାବାଦ ଓପିଜିସିର ୟୁନିଟ 4 ଆସିବା ପରେ ଆମର ବର୍ତ୍ତମାନ ରାଜ୍ୟରେ ଶକ୍ତି ସମସ୍ୟା ଆଉ ନାହିଁ । ଯଦିଓ ଦର୍ଲିପାଳି ୟୁନିଟ ଏପର୍ଯ୍ୟନ୍ତ ବନ୍ଦ ହୋଇ ରହିଛି । ମେଣ୍ଟେନାସ ଓ କ୍ୟାପିଟାଲ ୱାର୍କ କଣ୍ଟିନିଓସ ଆକ୍ଟିଭିଟି । ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କୁ 5 ବର୍ଷ ଭିତରେ 5500 କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏହା ବାଦ ସରକାର ଟଙ୍କା ଦେଉଛନ୍ତି ।

ସେହିପରି ହାତୀ କରିଡର ପାଇଁ ଯୋଜନା ହୋଇଛି । ତେଣୁ ଦୀର୍ଘସୁତ୍ରୀ କାର୍ଯ୍ୟ ହେଉଥିବାରୁ ଏମିତି ପାୱାର କଟ ହେବ । ମାତ୍ର କୁହାଯାଇଛି ଯେ ଖରାଦିନ ହେଇଥିବା ରୁ ଓ ପିଲଙ୍କ ପରୀକ୍ଷା ଚାଲିଥିବାରୁ ବର୍ତ୍ତମାନ ସମୟରେ ପାୱାର କଟ ନକରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.