ETV Bharat / city

ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି ଉପଭୋକ୍ତା ମହାସଂଘର ସାମ୍ବାଦିକ ସମ୍ମିଳନୀ - consumer association opposes

ସରକାରୀ କମ୍ପାନୀ ମାନଙ୍କର ବିଦ୍ୟୁତ ମୂଲ୍ୟ ବୃଦ୍ଧିକୁ ବିରୋଧ କରିଛି ଉପଭୋକ୍ତା ମହାସଂଘ ତଥା ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ । ଏନେଇ ଭୁବନେଶ୍ବରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ମଞ୍ଚ। ଅଧିକ ପଢନ୍ତୁ...

ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି ଉପଭୋକ୍ତା ମହାସଂଘର ସାମ୍ବାଦିକ ସମ୍ମିଳନୀ

author img

By

Published : Mar 18, 2021, 8:33 AM IST

ଭୁବନେଶ୍ବର: ସରକାରୀ କମ୍ପାନୀ ମାନଙ୍କର ବିଦ୍ୟୁତ ମୂଲ୍ୟ ବୃଦ୍ଧିକୁ ବିରୋଧ କରିଛି ଉପଭୋକ୍ତା ମହାସଂଘ ତଥା ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ । ଏନେଇ ଭୁନେଶ୍ବରର କେଶରୀ ହୋଟେଲଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ମଞ୍ଚ।

ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି ଉପଭୋକ୍ତା ମହାସଂଘର ସାମ୍ବାଦିକ ସମ୍ମିଳନୀ

ବର୍ଦ୍ଧିତ ମୂଲ୍ୟ ମୁତାବକ ରାଜ୍ୟ ସରକାରଙ୍କ ବିଦ୍ୟୁତ କମ୍ପାନୀମାନେ ଚଳିତ ବର୍ଷ ପାଇଁ OERC ନିକଟରେ ବିଦ୍ୟୁତ ଦର ବୃଦ୍ଧିପାଇଁ ଏକ ପିପିଟିସନ ଫାଇଲ କରିଛନ୍ତି । ଯେଉଁଥିରେ ୟୁନିଟ ପିଛା ୧ .୫୦ ବଢିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏଭଳି ହେଲେ ସାଧାରଣ ଉପଭୋକ୍ତ ୟୁନିଟ ପିଛା ୭.୭୫ ବିଦ୍ୟତ ଶୁକ୍ଳ ଦେବେ। ଯାହା କେବଳ କର୍ମଚାରୀଟିଏ ନୁହେଁ, ସାଧାରଣ ଖାଉଟି ଉପରେ ସିଧାସଳଖ ପ୍ରଭାବ ପକାଇବ ।

ଏହାସହ ବିଦ୍ୟୁତ ବିଲ ନ ଦେଇପାରି ଶିଳ୍ପ ସଂସ୍ଥା ବି ବନ୍ଦ ହେଇଯିବ । ସବୁଠାରୁ ବଡ କଥା, ରାଜ୍ୟ ସରକାର, ବିଦ୍ୟୁତ ବିଭାଗର କେତେ କଣ ଆୟ ଓ ବ୍ୟୟ ହୋଇଛି, ତାହାର ହିସାବ ଦେବା ପରିବେର୍ତ୍ତେ ଘରୋଇ କମ୍ପାନୀମାନଙ୍କୁ ହସ୍ତାନ୍ତର କରି ଲୋକଙ୍କୁ ଶୋଷଣ କରୁଛି । ଯାହାକୁ ସଂଘ ବିରୋଧ କରୁଛି ଏବଂ ସାଧାରଣ ଉପଭୋକ୍ତଙ୍କ ସୁବିଧାକୁ ଚାହିଁ ଘରୋଇ କମ୍ପାନୀର ବିଦ୍ୟୁତ ଦର ବୃଦ୍ଧିକୁ ସରକାରଙ୍କୁ ପ୍ରତ୍ୟାହାର ପାଇଁ ଦାବି କରିଛି । ଏଭଳି ହୋଇପାରିଲେ ବିଦ୍ୟୁତ ଗ୍ରାହକମାନେ ବିଦ୍ୟୁତ କିଣିବା ସମ୍ଭବ ହେଇପାରିବ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.