ETV Bharat / city

ସମବାୟ ବିଭାଗରେ ନିଯୁକ୍ତି ପାଇଲେ 52 ଅଡିଟର

ସମବାୟ ବିଭାଗକୁ ସରଳୀକରଣ ଓ ସ୍ବଛ କରିବାକୁ ଆଜି ସରକାରଙ୍କ ବଡ ପଦକ୍ଷେପ । ନିଯୁକ୍ତି ଦେଲେ 52ଜଣ ଅଡିଟରଙ୍କୁ ।

author img

By

Published : Sep 10, 2019, 9:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦୁର୍ନିତୀର ଗନ୍ତାଘର ଭାବେ ଅପବାଦ ମୁଣ୍ଡାଇଥିବା ସମବାୟ ବିଭାଗରେ ଏବେ ସ୍ବଛତା ଆସିବ । ଆଜି ସରକାର ସମବାୟ ବିଭାଗରେ 52ଜଣ ନୂତନ ଅଡିଟରଙ୍କୁ ନିଯୁକ୍ତି ଦେଇଛନ୍ତି । ଆଜି ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ନୂତନ ଅଡିଟରଙ୍କୁ ନିଯୁକ୍ତି ପତ୍ର ଦେଇ 5‘ଟି’ ମନ୍ତ୍ର ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନବ ନିଯୁକ୍ତ ଅଡିଟର ମାନଙ୍କୁ ସରକାରଙ୍କ 5‘ଟି’ ଉପରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ମନ୍ତ୍ରୀ । ଚାଷୀଙ୍କ ପାଇଁ ସମାନୁବର୍ତ୍ତୀତା ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଚେତାଇ ଦେଇ କହିଛନ୍ତି ସମବାୟ ବିଭାଗ ପାଖରେ ଅନେକ ଚ୍ୟାଲେଞ୍ଚ ଅଛି । ତେଣୁ କଠିନ ପରିଶ୍ରମ କରି ସମବାୟ ବିଭାଗର ବିଭିନ୍ନ ସମସ୍ୟାକୁ ଦୂର କରି ଲୋକାଭିମୁଖୀ ଏବଂ ଚାଷୀଅଭିମୁଖୀ କରିବାକୁ କହିଛନ୍ତି ।

ଦୀର୍ଘ ବର୍ଷ ହେଲା ବିଭାଗରେ ଆବଶ୍ୟକ ଅଡିଟର ନଥିବାରୁ କୌଣସି ଆୟବ୍ୟୟର ହିସାବ ରହୁନଥିଲା । ରାଜ୍ୟରେ ମୋଟ 350 ଜଣ ଅଡିଟର ରହିବା କଥା, କିନ୍ତୁ 175 ଜଣ ଅଡିଟର କାର୍ଯ୍ୟ କରୁଛନ୍ତି । ଯଦ୍ବାରା ରାଜ୍ୟରେ ଥିବା 3 ହଜାର ପଞ୍ଚାୟତ ଓ 6ହଜାର ସମବାୟ ସମିତି ପାଇଁ ପର୍ଯ୍ୟାପ୍ତ ନୁହେଁ। ତେଣୁ ଆଗାମୀ ବଜେଟରେ ଅଧିକ ଅଡିଟର ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଥାଉ କି 2014 ମସିହାରେ ସମବାୟ ବିଭାଗରେ ଅଡିଟର ପଦପାଇଁ ପରୀକ୍ଷା ହୋଇଥିଲା। ଦୀର୍ଘବର୍ଷ ପରେ ନୂତନ ଅଡିଟରମାନଙ୍କୁ ନିଯୁକ୍ତି ପତ୍ର ଆଜି ଦିଆଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସମବାୟ ମନ୍ତ୍ରୀଙ୍କ 5t ମନ୍ତ୍ର।

Body:ମନ୍ତ୍ରୀ ଦେଲେ 5t ର ମନ୍ତ୍ର।ସମବାୟ ବିଭାଗରେ ନିଯୁକ୍ତି ପାଇଲେ ୫୨ ଜଣ ନୂତନ ଅଡିଟର।ମଙ୍ଗଳବାର ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାଣ୍ଟିଲେ ନିଯୁକ୍ତି ପତ୍ର। ନବ ନିଯୁକ୍ତ ଅଡିଟର ମାନଙ୍କୁ ସରକାରଙ୍କ 5T ଉପରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମନ୍ତ୍ରୀ।ସମାୟାନୁବର୍ତିତା ସହ କାର୍ଯ୍ୟ କରିବାକୁ ଦେଲେ ଟିପ୍ସ।ସମବାୟ ବିଭାଗରେ ଅନେକ ଚ୍ୟାଲେଞ୍ଜସ ଅଛି ଯାହାକୁ କଠିନ ପରିଶ୍ରମ ଓ ଅନ୍ତରିକତାର ସହ ନିର୍ବାହ କରିବାକୁ ପଡିବ।

ସମବାୟ ବିଭାଗରେ ବିଭିନ୍ନ ସମସ୍ୟାକୁ ଦୂର କରି ଲୋକାଭିମୁଖୀ ଏବଂ ଚାଷୀଅଭିମୁଖୀ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।୫୨ ଜଣ ନବ ନିଯୁକ୍ତ ଅଡିଟର ମାନଙ୍କୁ ଦାଇତ୍ୱ ଦିଆଯାଇଛି।ଦୀର୍ଘ ବର୍ଷ ହେଲା ସମବାୟ ସମିତିରେ ଅଡିଟର ଅଭାବରୁ ସମବାୟ ସମିତିର ଅଡିଟ ହୋଇପାରୁନଥିଲା।ଆୟବ୍ୟୟର ସଠିକ ହିସାବ ରହୁନାହିଁ।ରାଜ୍ୟରେ ମୋଟ ୩୫୦ ଜଣ ଅଡିଟର ରହିବା କଥା,କିନ୍ତୁ ସଂକ୍ସନ ନଥିବାରୁ ୧୭୫ ଜଣ ଅଡିଟର କାର୍ଯ୍ୟ କରୁଛନ୍ତି ଯାହା ରାଜ୍ୟରେ ଥିବା ୩୦୦୦ ପଂଚାୟତ ଓ ୬୦୦୦ ସମବାୟ ସମିତି ପାଇଁ ପର୍ଯ୍ୟାପ୍ତ ନୁହେଁ।ତେଣୁ ଆଗାମୀ ବଜେଟରେ ଅଧିକ ଅଡିଟର ରହିବା ପାଇଁ ପ୍ରବଧାନ କରାଯିବ।5t ଫର୍ମୁଲାରେ କଠିନ ପରିଶ୍ରମ କରିବାକୁ ନବ ନିଯୁକ୍ତ ଅଡିଟର ମାନଙ୍କୁ ଆହ୍ୱାନ ଦେଇଥିଲେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ସୂଚନାଥାଉ କି ୨୦୧୪ ମସିହାରେ ସମବାୟ ବିଭାଗରେ ଅଡିଟର ମାନଙ୍କ ପରୀକ୍ଷା ହୋଇଥିଲା।ଦୀର୍ଘବର୍ଷ ପରେ ନୂତନ ଅଡିଟରମାନଙ୍କୁ ନିଯୁକ୍ତି ପତ୍ର ଆଜି ଦିଆଯାଇଛି।ରାଜ୍ୟରେ ବିଭିନ୍ନ ସମବାୟ ସମିତିରେ ମୋଟ ୩୫୦ ଅଡିଟର ଆବଶ୍ୟକତା ଥିବାବେଳେ ଏବେ ୫୨କୁ ମିଶାଇ ୧୭୫ ଜଣ ଅଡିଟର କାର୍ଯ୍ୟ କରିବେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.