ଭୁବନେଶ୍ବର: ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ସହାୟତା ରାଶି ପ୍ରଦାନରେ ଶ୍ରମ ବିଭାଗ ଟାଳଟୁଳ ନୀତି ପ୍ରତିବାଦରେ ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ କମିଟି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ଏପ୍ରିଲ 6 ତାରିଖରେ ଘେରାଉ କରାଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛନ୍ତି ନିର୍ମାଣ ଶ୍ରମିକ ୟୁନିୟନ କମିଟି ସଦସ୍ୟ ।
ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ସହାୟତା ରାଶି ପ୍ରଦାନରେ ଶ୍ରମ ବିଭାଗ ଟାଳଟୁଳ ନୀତି ପ୍ରତିବାଦରେ ଘେରାଉ କରିବେ ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ କମିଟି । ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ହୋଇ ପାରୁନଥିବା ସେମାନେ ଅଭିଯୋଗ କରିଛନ୍ତି ।
ସେମାନଙ୍କ ମୁଖ୍ୟ ଦାବି ଗୁଡିକ ଆଇନ ଅନୁଯାୟୀ ସହାୟତା ରାଶି ପ୍ରଦାନ, ନୂତନ ପଞ୍ଜିକରଣ, ଲେବର କାର୍ଡର ତ୍ରୁଟି ସଂଶୋଧନ ଇତ୍ୟାଦି ଦାବି ରହିଥିବା କଥା ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ କମିଟି ଆବାହକ ମହାବୀର ପ୍ରସାଦ ମିଶ୍ର କହିଛନ୍ତି । ଏହି ସଭାରେ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ବହୁ ଶ୍ରମିକ ନେତା ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ