ETV Bharat / city

‘ପୂର୍ବତନଙ୍କ ପାଇଁ ଆଗେଇ ପାରୁନି ନୂତନ ବିଧାୟକଙ୍କ କ୍ବାଟର ନିର୍ମାଣ କାର୍ଯ୍ୟ’ - ରାଜ୍ୟ ସରକାର

ବିଧାୟକଙ୍କ ପାଇଁ ନୂତନ ଗୃହ ନିର୍ମାଣ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ...

speaker suryanarayan patra
ପୂର୍ବତନ ବିଧାୟକମାନଙ୍କ ପାଇଁ ଆଗେଇ ପାରୁନାହିଁ ବିଧାୟକ କ୍ବାଟର ନିର୍ମାଣ କାର୍ଯ୍ୟ
author img

By

Published : Oct 18, 2021, 5:30 PM IST

ଭୁବନେଶ୍ବର: ବିଧାୟକଙ୍କ ପାଇଁ ନୂତନ ଗୃହ ନିର୍ମାଣ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାର ମଧ୍ୟ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିଛନ୍ତି । ପୂର୍ବତନ ବିଧାୟକ ମାନେ କ୍ବାର୍ଟର ଛାଡୁ ନାହାଁନ୍ତି ତେଣୁ କାମ ଆଗେଇ ପାରୁନାହିଁ । ତେବେ ଏନେଇ ବିଧାୟକଙ୍କୁ ନୂତନ ଗୃହ ନିର୍ମାଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ପୂର୍ବତନ ବିଧାୟକମାନଙ୍କ ପାଇଁ ଆଗେଇ ପାରୁନାହିଁ ବିଧାୟକ କ୍ବାଟର ନିର୍ମାଣ କାର୍ଯ୍ୟ

ବାହାର ରାଜ୍ୟ ଭଳି ବିଧାୟକଙ୍କ ପାଇଁ ଅତ୍ୟାଧୁନିକ ବହୁତଳ ପ୍ରସାଦ ନିର୍ମାଣ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ହେଲେ ଦୀର୍ଘ ବର୍ଷ ବିତିଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି। ପୂର୍ବତନ 8 ଜଣ ବିଧାୟକ କ୍ବାଟର ନ ଛାଡିବାରୁ କାମ ଆଗେଇ ପାରୁନି ବୋଲି ସ୍ପଷ୍ଟ କରିଛନ୍ତି ବାଚସ୍ପତି। ସଂସଦ ଭବନ ଭଳି ଅତ୍ୟାଧୁନିକ ଢାଞ୍ଚାରେ ବିଧାୟକ ମାନଙ୍କ ପାଇଁ ପ୍ରସ୍ତୁତ ହେବ ବହୁତଳ ପ୍ରସାଦ । ଏଥିପାଇଁ 300 ରୁ 400 କୋଟି ଟଙ୍କା ଖର୍ଚ୍ଚ କରାଯିବ । ପୂର୍ତ୍ତ ବିଭାଗ ବିଧାନସଭାର ନୂତନ ଗୃହ ନିର୍ମାଣ କାର୍ଯ୍ୟ କରିବ। ଟେଣ୍ଡର ଡ଼କାଯାଇ ଭଲ ଓ ଅନୁଭବୀ କମ୍ପାନୀକୁ ଏହାର କାର୍ଯ୍ୟ ଦିଆଯିବ। ଦୁଇଟି ପର୍ଯ୍ୟାୟରେ ଓବିସିସିକୁ ଅଗ୍ରୀମ ପ୍ରାୟ 150 କୋଟି ଟଙ୍କା ଦିଆଯାଇଛି ।

କୋଭିଡ, ଜବରଦଖଲକାରୀ ଓ ପୂର୍ବତନ ବିଧାୟକ କ୍ବାଟର ଛାଡୁ ନଥିବାରୁ ଏହି କାର୍ଯ୍ୟରେ ବିଳମ୍ବ ହେଉଛି । ତେବେ ପୂର୍ବତନ ବିଧାୟକଙ୍କୁ ଖୁବଶୀଘ୍ର କ୍ବାଟର ଛାଡିବାକୁ ନୋଟିସ କରାଯାଇଛି ବୋଲି ବାଚସ୍ପତି କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.