ଭୁବନେଶ୍ବର: ଲୋକସେବା ଭବନର ଆଇନ ବିଭାଗରେ ପାଳନ ହୋଇଯାଇଛି ରାଜ୍ୟସ୍ତରୀୟ ସାମ୍ବିଧାନିକ ଦିବସ । ଏଠାରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ଏହି ଅବସରରେ ସମ୍ବିଧାନ ବ୍ୟବସ୍ଥା ବଜାୟ ରଖିବା ସହ ସମ୍ବିଧାନକୁ ଅକ୍ଷୁର୍ଣ୍ଣ ରଖିବା ଓ ଏହାକୁ ସବୁ ସ୍ତରରେ ପାଳନ କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ। ସେପଟେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ‘ସମ୍ବିଧାନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଏବଂ ଏହାସହ ମୌଳିକ ଅଧିକାର ବିଷୟରେ ସଚେତନ କରିବା ଆମର ସଚେତନ ରହିବା ଆବଶ୍ୟକ ।’
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ