ଭୁବନେଶ୍ବର: ଜଟଣୀ ଅଞ୍ଚଳର ଜମିକୁ ରାଜ୍ୟ ସରକାର ମନଇଚ୍ଛା ବିକ୍ରି କରୁଥିବା ଅଭିଯୋଗରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଏହାସହ ଏହାକୁ ନେଇ ଫେବୃଆରୀ 1 ତାରିଖରେ କଂଗ୍ରେସ ଲୋକସେବା ଭବନ ଘେରିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଜଟଣୀ ଓ ଖୋର୍ଦ୍ଧାରୁ 10 ହଜାରରୁ ଅଧିକ ଲୋକ ଲୋକସେବା ଭବନ ଘେରାଉ କରିବେ ବୋଲି ସେ କହିଛନ୍ତି । ଅନ୍ୟପଟେ, ରାଜ୍ୟ ସରକାର 2012 ମସିହାରୁ ଜଟଣୀ ଅଞ୍ଚଳର ସ୍ଥିତିବାନ ଭୂସମ୍ପତ୍ତିକୁ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିଦେବାକୁ ନେଇ ମଧ୍ୟ ସୁର ରାଉତରାୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ସେହିପରି ଜଟଣୀ ଅଞ୍ଚଳର ବହୁ ମୂଲ୍ୟବାନ ସମ୍ପତ୍ତିକୁ ଇଡ୍କୋ ଜରିଆରେ ସରକାର 10 ହଜାର କୋଟି ଟଙ୍କାରେ ବିକ୍ରି କରିଦେବାକୁ ନେଇ ମଧ୍ୟ ସେ ସରକାରଙ୍କୁ ଘେରିଛନ୍ତି । ସରକାର ଯଦି ତାକୁ ତୁରନ୍ତ ଜଟଣୀବାସୀଙ୍କୁ ନଫେରାନ୍ତି ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ବୁଧବାର ଭୁବନେଶ୍ବର ଗୁଆଝରରେ ଏକ ସାମ୍ବାଦିକ ସମ୍ମିଳନୀ ସୁର ରାଉତରାୟ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ